www.samajalive.in
Saturday, December 6, 2025
26.1 C
Bhubaneswar

ଦୁଃଖଦ ; କୂଅରେ ଖସିପଡିଥିବା ନାବାଳକକୁ ଉଦ୍ଧାର ପାଇଁ ଯାଇ ଫସିଲେ ୩୦ ; ୪ ମୃତ

ବିଦିଶା : ମଧ୍ୟପ୍ରଦେଶର ବିଦିଶା ଜିଲାରେ ଗଞ୍ଜବାସୌଦାରେ ଗୁରୁବାର ରାତିରେ କୂଅରେ ଖସିପଡିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ଏହାର ଚାରିପାଖରେ ଠିଆ ହୋଇଥିବା ୩୦ ରୁ ଅଧିକ ଲୋକେ ମାଡି ଧସିଯିବା ଫଳରେ କୂଅକୁ ଖସି ପଡିଛନ୍ତି। ଏଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ୧୦ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି। ଆହତଙ୍କ ମାଗଣା ଚିକିତ୍ସା ମଧ୍ୟ କରାଯିବ। ଏହାସହ ଏଯାଏଁ ମଧ୍ୟ କେତେ ଜଣ କୂଅ ମଧ୍ୟକୁ ଖସିଛନ୍ତି ସେନେଇ କୌଣସି ସଠିକ ତଥ୍ୟ ମଧ୍ୟ ମିଳିପାରି ନାହିଁ। କୂଅଟି ପ୍ରାୟ ୫୦ ଫୁଟ ଗଭୀର ଓ ଏଥିରେ ୨୦ ଫୁଟ ପାଣି ଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଘଟଣାସ୍ଥଳରେ ପୁଲିସ, ଉଦ୍ଧାରକାରୀ ଦଳ ଉପସ୍ଥିତ ରହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories