www.samajalive.in
Wednesday, December 10, 2025
18.1 C
Bhubaneswar

ଶୀଘ୍ର ବିବାହ ପାଇଁ କରନ୍ତୁ ମା’ କାତ୍ୟାୟନୀଙ୍କ ପୂଜା

ନବଦୁର୍ଗାଙ୍କ ନଅଟି ସ୍ବରୂପ ମଧ୍ୟରୁ ଷଷ୍ଠ ସ୍ବରୂପ ହେଉଛି କାତ୍ୟାୟନୀ । ନବରାତ୍ରର ଏହି ସ୍ବରୂପ ପ୍ରକୃତିର ପ୍ରକୋପକୁ ବୁଝାଇଥାଏ । ମା’ଙ୍କ ଜନ୍ମ କତ୍ୟାୟନ ଋଷିଙ୍କ ଘରେ ହୋଇଥିବାରୁ ସେହି ଅନୁଯାୟୀ ମା’ଙ୍କୁ କାତ୍ୟାୟନୀ ବୋଲି କୁହାଯାଏ । ଏହି ସ୍ବରୂପରେ ମା’ଙ୍କ ଚାରି ହାତରେ ଅସ୍ତ୍ରଶସ୍ତ୍ର ଓ ପଦ୍ମ ଫୁଲ ରହିଥିବା ବେଳେ ସିଂହ ହେଉଛି ତାଙ୍କ ବାହନ । ମା’ କାତ୍ୟାୟନୀ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ମା’ କାତ୍ୟାୟନୀ ନକରାତ୍ମକ ଶକ୍ତି ବିନାଶ କରି ଧର୍ମ ସଂସ୍ଥାପନା କରିଥାନ୍ତି ବୋଲି ବିଶ୍ବାସ ରହିଛି ।

କୁହାଯାଏ, କୃଷ୍ଣ ପ୍ରାପ୍ତି ପାଇଁ ଗୋପୀମାନେ ମା’ କାତ୍ୟାୟନୀଙ୍କ ପୂଜା କରିଥିଲେ । ତେଣୁ ବିବାହ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମା’ କାତ୍ୟାୟନିଙ୍କୁ ପୂଜା କରିବା ଉତ୍ତମ । ମା’ କାତ୍ୟାୟନୀଙ୍କ ଉପାସନା କରିବା ଦ୍ବାରା ଯୋଗ୍ୟ ଓ ମନପସନ୍ଦ ବର ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

- Advertisement -

ଜ୍ୟୋଷିତ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କର ସମ୍ବନ୍ଧ ମା’ କାତ୍ୟାୟନୀଙ୍କ ସହ ଜଡିତ । ତେଣୁ କନ୍ୟାର ଶିଘ୍ର ବିବାହ ପାଇଁ ମା’ କାତ୍ୟାୟନୀଙ୍କ ପୂଜା ଅତି ଉତ୍ତମ ବୋଲି ମାନ୍ୟତା ରହିଛି ।

ମନ ପସନ୍ଦ ବର ଓ ପ୍ରେମ ବିବାହ ପାଇଁ ତାଙ୍କ ଉପାସନା କରାଯାଏ ।

ସୁଖମୟ ବୈବାହିକ ଜୀବନ ପାଇଁ ମା’ କାତ୍ୟାୟନୀ ପୂଜା ଫଳପ୍ରଦ ହୁଏ ।

ଜାଣନ୍ତୁ କିପରି କରିବେ ମା’ କାତ୍ୟାୟନୀଙ୍କ ଉପାସନା

ଗୋଧୂଳି ସମୟ(ସନ୍ଧ୍ୟା)ରେ ହଳଦିଆ ବା ଲାଲ ବସ୍ତ୍ର ଧାରଣ କରି ପୂଜା କରନ୍ତୁ ।

ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ଓ ନୈବେଦ୍ୟ ଅର୍ପଣ କରନ୍ତୁ ।

ପୂଜା ସମୟରେ ଏକ ମାଟି ପାତ୍ରରେ ମା’ଙ୍କୁ ମହୁ ଅର୍ପଣ କରନ୍ତୁ ।

ଏହା ସହ ମା’ କାତ୍ୟାୟନୀ ଦେବୀଙ୍କ ମନ୍ତ୍ର ଜପ କରନ୍ତୁ ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories