ଗୋପାଳପୁର : ଗତ ୨୬ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରେ ପାର୍କିଂ କରାଯାଇଥିବା ଏକ ଟ୍ରକ ଚୋରି ହୋଇଯାଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ପରେ ୨୪ ଘଣ୍ଟା ମଧ୍ୟରେ ଗୋଳନ୍ଥରା ପୋଲିସ ଚୋରି ଟ୍ରକଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଅଭିଯୋଗ ଅନୁଯାୟୀ ବିହାରର ଡ୍ରାଇଭର ମିଥେଲେସ କୁମାର ନିଜ ଟ୍ରକ (ବି ଆର ୦୧ ଜି ଏମ ୩୭୨୧) କୁ ପେଟ୍ରୋଲ ପମ୍ପ ପରିସରରେ ଗତ ୨୫ ତାରିଖ ରାତି ୧୧ ଟା ବେଳେ ପାର୍କିଂ କରି ନିକଟରେ ଥିବା ଏକ ହୋଟେଲରେ ଶୋଇଥିଲେ । ରାତି ପ୍ରାୟ ୧୨ ଟା ମିଥେଲେସ ଉଠି ଦେଖିବା ସମୟରେ ଟ୍ରକଟି ପାର୍କିଂ ସ୍ଥଳରେ ନଥିଲା । ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୯୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରି ଚୋରି ଯାଇଥିବା ଟ୍ରକକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା । ୨୬ ତାରିଖ ରାତି ୨ଟା ବେଳେ ପୁରୀ ଜିଲ୍ଲା ଗୋଡିଶାଗଦା ଥାନା ଅଧୀନ ଖୁଣ୍ଟିଆ ବାଣପୁରରୁ ଏକ ନିଛାଟିଆ ସ୍ଥାନରେ ଟ୍ରକଟି ଥିବା ଜଣାପଡ଼ିଥିଲା। ପୁଲିସ ସେଠାରେ ପହଞ୍ଚି ଟ୍ରକଟିକୁ ଜବତ କରି ଥାନାକୁ ଆଣିଥିଲା। ଟ୍ରକ ଡ୍ରାଇଭର ମିଥଲେସ କୁମାରଙ୍କୁ ପୁଲିସ ଆଜି ଟ୍ରକକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ସ୍ୱାଇଁ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଚୋରମାନଙ୍କୁ କାବୁ କରିବାକୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଜଣାପଡିଛି।
Popular Categories



