www.samajalive.in
Sunday, December 14, 2025
26.1 C
Bhubaneswar

ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କ ଠାରୁ ଅଢେଇ ଲକ୍ଷ ଲୁଟ

ନବରଙ୍ଗପୁର: କୋଡିଙ୍ଗା ନିକଟସ୍ଥ ତାରାଗୁଡା ଛୋକ ନିକଟରେ ଏକ ବ୍ୟବସାୟୀ ଠାରୁ ଦିନ ଦ୍ବିପ୍ରହରରେ ୨ଲକ୍ଷ ୫୦ ହଜାର ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଆଜି ଡିବା ସମୟରେ କୋଡୀଙ୍ଗା ଥାନା ଅନ୍ତର୍ଗତ ତାରାଗୁଡାର ବ୍ୟବସାୟୀ କିରପାଲ୍ ମେହେତା ନବରଙ୍ଗପୁର ବ୍ୟାଙ୍କକୁ ଯାଇ ସେଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନିଜ ଗ୍ରାମକୁ ଫେରୁଥିବା ସମୟରେ ତାଙ୍କୁ କିଛି ବାଇକ୍‌ରେ ଦୁର୍ବୃତ୍ତ ପିଛା କରିଥିଲେ। ଭାଲୁଗୁଡା ନିକଟସ୍ଥ ଏକ ଜଙ୍ଗଲ ନିକଟରେ ବ୍ୟବସାୟୀଙ୍କ ଗାଡିକୁ ଅଟକାଇଥିଲେ।

 

- Advertisement -

ସେଠାରେ ବ୍ୟବସାୟୀଙ୍କ ମୁହଁରେ କପଡା ଘୋଡ଼ାଇ ମାରଣାସ୍ତ୍ର ଦେଖାଇ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ। ବ୍ୟବସାୟୀ ଜଣଙ୍କ ଫୋନ ଯୋଗେ ଜଣାଇବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ଏସପିଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି। ଏସ୍ଡ଼ିପିଓଙ୍କ କହିବା ଅନୁଯାଇ ବ୍ୟବସାୟୀ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୧ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଥିବା ଜଣାପଡିଛି ଓ ଘଟଣାର ଅନୁସନ୍ଧାନ ଚାଲିଛି । ଖୁବ୍‌ ଶୀଘ୍ର ଲୁଟେରାଙ୍କ ସମ୍ପର୍କରେ ଜଣାପଡିବ ବୋଲି ସେ କହିଛନ୍ତି।  ଆଜି ନବରଙ୍ଗପୁର ଏଚ୍,ଡି,ଏଫ୍,ସି,ବ୍ୟାଙ୍କ ଠାରୁ ୨,୫୦,୦୦୦/-ଟଙ୍କା ଉଠାଣ କରି ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ବୋଲି କିରପାଲ ମେହେତା ପ୍ରକାଶ କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories