କୋଣାର୍କ: ନିମାପଡା ବାରିଛକ ନିକଟସ୍ଥ ଗୋପାଳପୁରରୁ ବନ୍ଧୁକ ଦେଖାଇ ୧୯ ଲକ୍ଷ ୫୦ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି। ୬ ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଜଣାପଡିଛି। ସୂଚନାଅନୁସାରେ ନୟାହାଟର ଏକ ବେସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଛି। ବ୍ୟାଙ୍କ କର୍ମଚାରୀ ଜଣଙ୍କ କାରରେ ଟଙ୍କାନେଇ ଯାଉଥିବା ସମୟରେ ନିମାପଡାର ବାରିଛକ ନିକଟସ୍ଥ ଗୋପାଳପୁର ଛକ ନିକଟରେ ୬ ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ବନ୍ଧୁକ ଦେଖାଇ କାରରୁ ଟଙ୍କା ଲୁଟ୍ କରିନେଇଥିଲେ।
Popular Categories



