www.samajalive.in
Tuesday, December 9, 2025
16.1 C
Bhubaneswar

ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଘରୁ ଚୋରି

ଆଠଗଡ: ଆଠଗଡରେ ଏବେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ଗୋଟିଏ ପରେ ଗୋଟିଏ ଚୋରି ଓ ରାହଜାନୀ ଘଟଣା ଘଟିଚାଲିଛି । ଏପରିକି ଚୋରଙ୍କ କବଳରୁ ନିଜେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବି ବର୍ତ୍ତିନାହାନ୍ତି । ଆଠଗଡରେ କାର୍ଯ୍ୟରତ ପ୍ରଥମଶ୍ରେଣୀ ବିଚାର ବିଭଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି) ସମ୍ବେଦନା ସନ୍ଦୀପଙ୍କ ମୁଖ୍ୟ ଡାକଘର ସମ୍ମୁଖ ସରକାରୀ ବାସଭବନରୁ ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବିଚାରପତିଙ୍କ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି କରିନେଇଥିବା ଦେଖାଯାଇଛି। ଚୋରି ସମୟରେ ଘର ଭିତରେ କୌଣସି କାରଣରୁ ନିଆଁ ଲାଗି ବହୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ, ଶନିବାର ଓ ରବିବାର ଦୁଇଦିନ ଛୁଟି ଥିବାରୁ ମାଜିଷ୍ଟ୍ରେଟ ଶୁକ୍ରବାର ନିଜ ପରିବାର ପାଖକୁ ଭୁବନେଶ୍ବର ଯାଇଥିଲେ । ଏହାର ସୁଯୋଗ ନେଇ ଚୋରମାନେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ବାସଭବନରେ ପଶି ଚୋରି କରିଥିବାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡୁଛି । ଚୋର ଘର ମଧ୍ୟରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ଏକ ସୁନା ଚେନ ଓ ମଙ୍ଗଳସୂତ୍ର ଏବଂ ଏକ ଏଲଇଡି ଟିଭି ସହିତ ଅନ୍ୟ କେତେକ ସାମଗ୍ରୀ ନେଇ ଯାଇଛନ୍ତି । ଏଆର କଣ୍ଡିସନରକୁ  ତାଡି ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ନେଇ ପାରିନାହାନ୍ତି । ଏସିକୁ ତଡାତଡି କରିବାବେଳେ ନିଆଁ ଲାଗିଛି ଅବା ପ୍ରମାଣ ଲୁଚାଇବାକୁ ଯାଇ ଚୋର ନିଜେ ନିଆଁ ଲଗାଇ ଦେଇଛନ୍ତି ତାହା ତଦନ୍ତ ପରେ ଜଣାପଡିବ । ମାଜିଷ୍ଟ୍ରେଟ ରବିବାର ସନ୍ଧ୍ୟାରେ ଆଠଗଡ ବାସଭବନରେ ପହଞ୍ଚିବା ପରେ ଚୋରି ହୋଇଥିବା ଓ ଘର ଭିତରେ ନିଆଁ ଲାଗି ସବୁ ଜଳିପୋଡି ଯାଇଥିବା ଦେଖି ପୁଲିସକୁ ଜଣାଇଥିଲେ । ଖବର ପାଇ ଆଇଆଇସି ଅନିରୁଦ୍ଧ ମୁଦୁଲି, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଅନ୍ୟ ପୁଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କଟକରୁ ପୁଲିସ ବିଜ୍ଞାନୀ ଦଳ ସହ ସନ୍ଧାନୀ କୁକୁର ଆସିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ତ୍ବରାନ୍ବିତ କରାଯିବ ଏବଂ ଖୁବଶୀଘ୍ର ଚୋର ଧରାପଡିବେ ବୋଲି ଆଇଆଇସି ପ୍ରକାଶ କରିଛନ୍ତି । ଆଠଗଡରେ ଗତ ୧୫ ଦିନ ମଧ୍ୟରେ ଦୁଇଟି ମନ୍ଦିରରୁ, ଏପରିକି ଥାନା ସମ୍ମୁଖ ବାଉତୀ ମନ୍ଦିରରୁ ଚୋରି ଏବଂ ଗତ ୬ଦିନ ମଧ୍ୟରେ ଦୁଇଜଣ ମହିଳାଙ୍କ ବେକରୁ ସୁନାହାର ଛିନତାଇ ଘଟଣା ପରେ ଏବେ ଜଣେ ମାଜିଷ୍ଟ୍ରେଟଙ୍କ ଘରୁ ଚୋରି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଜନସାଧାରଣ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories