www.samajalive.in
Saturday, December 13, 2025
15.1 C
Bhubaneswar

ବ୍ୟବସାୟୀଙ୍କଠାରୁ ଲୁଟିନେଲେ ସାଢେ ୧୭ ଲକ୍ଷ

ଫୁଲବାଣୀ : ଫୁଲବାଣୀ ସହରରେ ସୋମବାର ଦ୍ବିପ୍ରହରରେ ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ସାଢେ ୧୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସହରର ମୁଖ୍ୟ ଵଜାରର ବ୍ୟବସାୟୀ ଅଶ୍ବିନୀ ପାତ୍ର ସକାଳେ ନିଜର ଜଣେ ସହଯୋଗୀ ରମେଶ ପ୍ରଧାନଙ୍କୁ ସାଙ୍ଗରେ ନେଇ ଏକ ସ୍କୁଟିରେ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ବାହାରିଥିଲେ। ଅଶ୍ବିନୀ ପ୍ରଥମେ ଷ୍ଟେଟବ୍ୟାଙ୍କରେ ଟଙ୍କା ଜମା କରି ବଳକା ଟଙ୍କା ନେଇ ଆକ୍ସିସ ବ୍ୟାଙ୍କକୁ ଯାଉଥିଲେ। ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଦୁଇଜଣ ଯୁବକ ପଛରୁ ଏକ ପଲସର ମୋଟରସାଇକଲରେ ପିଛା କରିଥିଲେ। ଆକ୍ସିସ ବ୍ୟାଙ୍କଠାରୁ ମାତ୍ର ୩ ଶହ ମିଟର ପୂର୍ବରୁ ଲୁଟିଆ ଦ୍ବୟ ବ୍ୟବସାୟୀଙ୍କ ଗାଡ଼ିକୁ ପଛରୁ ଗୋଇଠା ମାରିବାରୁ ବ୍ୟବସାୟୀ ଓ ସହଯୋଗୀ ତଳେ ପଡ଼ି ଯାଇଥିଲେ। ପରେ ଲୁଟିଆମାନେ ଟଙ୍କାଭର୍ତ୍ତି ବ୍ୟାଗକୁ ଛଡ଼ାଇ ଚାଲି ଯାଇଥିଲେ। ଲୁଟିଆ ଦ୍ବୟ ମୁଖା ପିନ୍ଧିଥିବା ଲୁଟର ଶିକାର ବ୍ୟବସାୟୀ ଦ୍ବୟ କହିଛନ୍ତି। ବ୍ୟାଗରେ ୧୭ ଲକ୍ଷ ୫୦ ହଜାର ଟଙ୍କା ସହିତ କିଛି ଜରୁରୀ କାଗଜପତ୍ର ରହିଥିଲା।
ଆହତ ବ୍ୟବସାୟୀଙ୍କୁ ପରିବାର ଲୋକେ ଉଦ୍ଧାର କରି ଡ଼ାକ୍ତରଖାନା ଭର୍ତ୍ତି କରିଛନ୍ତି। ବ୍ୟବସାୟୀଙ୍କ ବଡ଼ଭାଇ ସାସ୍କର ପାତ୍ର ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା କହିଛନ୍ତି ଥାନା ଅଧିକାରୀ ଅଶୋକକୁମାର ଗିରି।
ଉକ୍ତ ରାସ୍ତାର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ଲାଗିଥିବା ସିସିଟିଭି ଫୁଟେଜ ମୁତାବକ ଦୁଇଜଣ ଯୁବକ ଏକ ମୋଟରସାଇକଲରେ ଧଳା ରଙ୍ଗର ବ୍ୟାଗ୍‍ ଧରି ଦ୍ରୁତ ଗତିରେ ଯାଉଥିବା ଦେଖାଯାଇଛି। ଘଟଣା ଘଟାଇବା ପରେ ସେମାନେ ଗାନ୍ଧୀଛକ ଦେଇ ଚମ୍ପଟ ମାରିଛନ୍ତି। ପୂର୍ବରୁ ଏକାଧିକ ଥର ଏଭଳି ଲୁଟ୍‍ ଫୁଲବାଣୀ ସହରରେ ଘଟିଥିଲେ ହେଁ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିବାରେ ପୁଲିସ ସଫଳ ହୋଇନାହିଁ। ଆଜି ପର୍ଯ୍ୟନ୍ତ ସହରର ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇନି। ଗୋଟିଏ ପଟେ ଶୂନ୍ୟ ଦୁର୍ଘଟଣା ପାଇଁ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଠାଏଁ ଠାଏଁ ଗାଡ଼ି ଯାଞ୍ଚ କରାଯାଉଥିଲେ ମଧ୍ୟ ଲୁଟିଆଦ୍ବୟ ଖସିଯିବାରେ କିଭଳି ସଫଳ ହୋଇପାରିଲେ ତାହା ସାଧାରଣରେ ପ୍ରଶ୍ନ ହୋଇଛି।
ବ୍ୟବ

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories