www.samajalive.in
Friday, December 5, 2025
23.1 C
Bhubaneswar

ସେନା କର୍ମଚାରୀଙ୍କ ଘରୁ ଲୁଟ୍

ବାଲେଶ୍ଵର: ସେନା କର୍ମଚାରୀଙ୍କ ଘରୁ ଲୁଟ୍।  ବାଲେଶ୍ଵର ଜିଲ୍ଲା ଖଇରା ଥାନା ମଠ ନୂଆଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେନା କର୍ମଚାରୀ ରାଜେଶ ଚନ୍ଦ୍ର ଶିଅଳ ଜମ୍ମୁ କାଶ୍ମୀରରେ ରହୁଥିବାବେଳେ ତାଙ୍କ ପରିବାର ଲୋକେ ଗାଁରେ ରୁହନ୍ତି। ଗତକାଲି ପରିବାର ଲୋକ ଏକ ବିବାହ କାର୍ଯ୍ୟରେ ଯୋଗଦେବା ଲାଗି ଯାଇଥିବାବେଳେ ଦୁର୍ବୁତ୍ତମାନେ ଘର ତାଲା ଭାଙ୍ଗି ଘରେ ପଶିଥିଲେ। ଏବଂ ଘରୁ ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ଏ ନେଇ ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଏପରିକି ଘଟଣାସ୍ଥଳରୁ କିଛି ମାରଣାସ୍ତ୍ର ଏବଂ ଲୁହା ଶାବଳ ଜବତ ହୋଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories