www.samajalive.in
Friday, December 5, 2025
27.1 C
Bhubaneswar

ବାସଭବନରୁ ମିଳିଲା ୨ ପ୍ରଶାସନିକ ଅଧିକାରୀ ଓ ମା’ଙ୍କ ମୃତଦେହ

ସମାଜ ଡିଜିଟାଲ ଡେସ୍କ: ଝାଡ଼ଖଣ୍ଡ ଲୋକସେବା ଆୟୋଗ(ଜେପିଏସସି) ପରୀକ୍ଷାର ପ୍ରଥମ ମହିଳା ଟପ୍ପର ଶାଳିନୀ ବିଜୟ, ତାଙ୍କ ଭାଇ ତଥା ଭାରତୀୟ ରାଜସ୍ବ ସେବା(ଆଇଆରଏସ) ଅଧିକାରୀ ମନୀଷ ବିଜୟ ଏବଂ ମା’ ଶକୁନ୍ତଳା ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ମୃତଦେହ କେରଳର କୋଚିସ୍ଥିତ ମନୀଷଙ୍କ ସରକାରୀ ବାସଭବନରୁ ଜବତ ହୋଇଛି। ଏହି ଘଟଣା କେରଳ ଏବଂ ଝାଡ଼ଖଣ୍ଡରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏହା ଆତ୍ମହତ୍ୟା ନା ଆଉ କିଛି ରହସ୍ୟ ରହିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମନୀଷ କେନ୍ଦ୍ରୀୟ ଉତ୍ପାଦ ଶୁଳ୍ପ ଏବଂ ଜିଏସଟି ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଶାଳିନୀ ଝାଡ଼ଖଣ୍ଡ ସ ମାଜ କଲ୍ୟାଣ ବିଭାଗରେ ସହକାରୀ ନିର୍ଦେଶକ ପଦରେ ଅବସ୍ଥାପିତ ଥିଲେ। ଝାଡ଼ଖଣ୍ଡର ଏହି ପରିବାର କେରଳର ଏର୍ନାକୁଲମ ଜିଲାର କକ୍କାନାଡସ୍ଥିତ ସରକାରୀ ବାସଭବନରେ ରହୁଥିଲେ।

- Advertisement -

ଶାଳିନୀ ବିଜୟ ୨୦୦୬ରେ ଜେପିଏସସି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାରୀ କରିବା ସାଙ୍ଗକୁ ରାଜ୍ୟର ପ୍ରଥମ ମହିଳା ଟପ୍ପର ହୋଇଥିଲେ। ତାଙ୍କୁ ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ମିଳିଥିଲା। ପରେ ତାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରିରୁ ବାହାର କରାଯାଇଥିଲା। ୨୦୨୪ରେ ମାମଲାର ଚାର୍ଜସିଟ ଦାଖଲ କରାଯାଇଥିଲା। ଏହାର ଶୁଣାଣି ଜାରି ରହିଥିଲା। ଏହି ମାମଲାକୁ ନେଇ ସେ ଚିନ୍ତିତ ରହୁଥିଲେ।

ଅନ୍ୟପଟେ ଆଇଆରଏସ ଅଧିକାରୀ ମନୀଷ ୪ ଦିନ ଛୁଟିରେ ରହିବା ପରେ କାର୍ଯ୍ୟକୁ ଫେରି ନ ଥିଲେ। ଫଳରେ ତାଙ୍କ ସହଯୋଗୀ ମନୀଷଙ୍କ ବାସଭବନକୁ ଆସିଥିଲେ। ଯେଉଁଠାରେ ସେ ମନୀଷ, ଶାଳିନୀ ଏବଂ ଶକୁନ୍ତଳାଙ୍କ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଶକୁନ୍ତଳାଙ୍କ ମୃତଦେହ ଖଟରେ ପଡ଼ିଥିବାବେଳେ ମନୀଷ ଏବଂ ଶାଳିନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଘରୁ ଏକ ଡାଏରୀକୁ ପୁଲିସ ଜବତ କରିଛି। ଯେଉଁଥିରେ ଲେଖାଯାଇଛି ଯେ ସେମାନଙ୍କ ମୃତ୍ୟୁର ସୂଚନା ବିଦେଶରେ ରହୁଥିବା ସେମାନଙ୍କ ଭଉଣୀଙ୍କୁ ଅବଗତ କରାଯାଉ। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories