ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କେନ୍ଦେଇପଶି ବଜାରରେ ଗତ କାଲି ବିଳମ୍ବିତ ରାତିରେ ରୀତାଞ୍ଜଳୀ ନାମକ ଏକ ଡ୍ରେସ୍ ଦୋକାନର ଆଜବେଷ୍ଟସ ତାଡ଼ି ଦୁର୍ବୃତ୍ତମାନେ ବହୁ ଡ୍ରେସ୍ ସହ ନଗଦ ଟଙ୍କା ଚୋରି କରି ନେଇଛନ୍ତି। ଆଜି ସକାଳେ ଦୋକାନ ମାଲିକ ହୃଷିକେଶ ନାଏକ ଦୋକାନ ଖୋଲିବା ପରେ ଦୋକାନର ଆଜବେଷ୍ଟସ ତାଡି ୨୩ ଟି ଫୁଲ ପ୍ୟାଣ୍ଟ୍, ୨୫ ଟି ଫୁଲ ସାର୍ଟ, ୩୦ ଟି ଗଞ୍ଜି, ୧୫ ଟି ଲିଜା ଚୋଡିଦାର, ୪୩ ଟି ଶାଢ଼ୀ ଓ ୧୯ଟି ଟି-ସାର୍ଟ ସହ ଡ୍ରରେ ଥିବା ନଗଦ ୧୧ ଶହ ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ହୃଷିକେଶ ତୁରୁମୁଙ୍ଗା ଥାନାରେ ଚୋରୀ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Popular Categories



