www.samajalive.in
Monday, December 8, 2025
13.1 C
Bhubaneswar

ଚର୍ଚ୍ଚାରେ ଲୋଇସିଂହା ଆଇସିଡିଏସ୍

ଲୋଇସିଂହା : ଲୋଇସିଂହା ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ଅଧିନସ୍ଥ କନ୍ଦାଯୁରୀ ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର(୧)ରେ ସହୟିକା ନିଯୁକ୍ତି ନେଇ ସ୍ଥାନୀୟ କମିଟି ସଦସ୍ୟା, ହିତାଧିକାରୀ ସଭ୍ୟା ତଥା ଗ୍ରାମବାସୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯୋଜନାବଦ୍ଧ ଭାବରେ ଅନ୍ୟ ଗ୍ରାମର ଜଣେ ମହିଳାଙ୍କୁ ଏଠାରେ ନିଯୁକ୍ତି ଦେବା ପାଇଁ ଉଦ୍ୟମ କରାଯାଉ ଥିବା ଓ ଏହା ପଛରେ ଅସାଧୁ କାରବାର ରହିଥିବା ଚର୍ଚ୍ଚା ହେଉଛି।

ଗ୍ରାମବାସୀଙ୍କ ସୂଚନା ଅନୁସାରେ, କେନ୍ଦ୍ରର ସହାୟିକା ପଦବୀ ପାଇଁ ଗ୍ରାମର ଜଣେ ଶାରୀରିକ ଭିନ୍ନକ୍ଷମଙ୍କ ସହ ୩ଜଣ ଯୁବତୀ ଆବେଦନ କରିଥିଲେ। ନିଯୁକ୍ତି ପାଇଁ ସଂପୃକ୍ତ କେନ୍ଦ୍ରର ମହିଳାଙ୍କଠାରୁ ଗତ ୯ ତାରିଖରେ ସେମାନଙ୍କ ସପକ୍ଷରେ ଭୋଟିଂ କରାଯାଇଥିଲା। ଶରୀରିକ ଅକ୍ଷମ ଯୁବତୀ ସର୍ବାଧିକ ୨୧ ଜଣଙ୍କ ସମର୍ଥନ ପାଇଥିବା ବେଳେ ଅନ୍ୟ ଜଣେ ୭ଟି ଓ ଅନ୍ୟ ଗ୍ରାମର ମହିଳା ମାତ୍ର ଜଣଙ୍କର ସମର୍ଥନ ପାଇଥିଲେ। ଏହି ପରିସ୍ଥିତିରେ ସର୍ବାଥିକ ସମର୍ଥନ ପାଇଥିବା ଯୁବତୀଙ୍କୁ ନିଯୁକ୍ତି କରା ନଯାଇ ଆଜି ପୁଣି ଥରେ ସ୍ଥାନୀୟ ଆଇସିଡିଏସରେ ସାକ୍ଷାତକାର ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାର କୌଣସି ଫଳାଫଳ ଜଣାପଡି ନାହିଁ। ଯଦି ସାକ୍ଷାତକାର କରାଯିବାର ଥିଲା ତାହେଲେ ସିଡିପିଓ କାହିଁକି କେନ୍ଦ୍ରରେ ଭୋଟିଂ ପ୍ରହସନ କରୁ୍ଥିଲେ ବୋଲି ସ୍ଥାନୀୟ ବ୍ଳକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ପ୍ରଶ୍ନ କରିଛନ୍ତି। ପ୍ରାର୍ଥୀ ଚୟନରେ କୌଣସି ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପଟେଲ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ବିଧାୟକଙ୍କ ଜଣେ ସମର୍ଥକ ଅନ୍ୟ ଗ୍ରାମର ମହିଳାଙ୍କୁ ଏଠାରେ ନିଯୁକ୍ତି କରାଇବା ପାଇଁ ରାଜନୈତିକ ଚାପ ରହିଥିବା ଗ୍ରାମରେ ଚର୍ଚ୍ଚା ହେଉଛି। ଗ୍ରାମବାସୀମାନେ ଅନ୍ୟ ଗାଁର ମହିଳାଙ୍କୁ ଏଠାରେ ନିଯୁକ୍ତି ନକରାଇବା ପାଇଁ ସ୍ଥାନୀୟ ସିଡିପିଓ ସମେତ ଜିଲା ପ୍ରଶାସନ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିବା ସୂଚନା ମଳିଛି। ତେବେ ସଡିପିଓଙ୍କୁ ତାଙ୍କ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଆଦୌ ଉଠାଉ ନଥିବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ।

- Advertisement -

ସୂଚନାଯୋଗ୍ୟ ଯେ, ଲୋଇସିଂହା ଆଇସିଡିଏସରେ ଗତ କିଛି ବର୍ଷ ହେଲା ପରିଚାଳନାରେ ବ୍ୟାପକ ଅନିୟମିତତା, ଅଙ୍ଗନବାଡି କେନ୍ଦ୍ରମାନଙ୍କୁ ବିଭିନ୍ନ ସାମଗ୍ରୀ ଓ ପିଲାଙ୍କ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ଦୃଢ ପଦକ୍ଷେପ ଗ୍ରହଣ ନ କରି ନୀରବଦ୍ରଷ୍ଟା ସାଜିଥିବାରୁ ବହୁ ଅଙ୍ଗନବାଡି କର୍ମୀ ସମତେ ସଂପୃକ୍ତ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭିଜିଲାନ୍ସ ସ୍ତରୀୟ ତଦନ୍ତ ହେଲେ ଲୋଇସିଂହା ଆଇସିଡିଏସ୍‌ର ବହୁ ଅନିୟମିତତା ଓ ଦୁର୍ନୀତି କାରବାର ଲୋକଲୋଚନକୁ ଆସି ପାରିବ ବୋଲି ଅଞ୍ଚଳରେ ମତ ପ୍ରକଶ ପାଉଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories