www.samajalive.in
Monday, December 8, 2025
24.1 C
Bhubaneswar

୨ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ଋଣ ପରିଶୋଧ ସୀମା, ସୁପ୍ରିମକୋର୍ଟକୁ କେନ୍ଦ୍ରର ସୂଚନା

ଦେଶରେ ଲାଗି ରହିଥିବା କରୋନା ମହାମାରୀ ଓ ଅର୍ଥନୀତି ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ସ୍ଥଗିତ କରାଯାଇପାରେ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରାଇଛନ୍ତି। ଆଜି ସୁପ୍ରିମକୋର୍ଟରେ ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଗଜେନ୍ଦ୍ର ଶର୍ମା ଏବଂ ଆଇନଜୀବୀ ବିଶାଳ ତିୱାରୀଙ୍କ ଦ୍ୱାରା ଆଗତ ଦୁଇଟି ଆବେଦନରେ କରୋନା ମହାମାରୀ ମଧ୍ୟରେ ଋଣଦାତାମାନଙ୍କ ଋଣ ପରିଶୋଧ ଅବଧି ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଋଣ ପରିଶୋଧ ଅବଧି ଦୁଇ ବର୍ଷ ସ୍ଥଗିତ କରାଯାଇପାରେ। ପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଏହାର ଶୁଣାଣି ହେବ ବୋଲି କହିଛନ୍ତି। ତେବେ ଗତକାଲି ଅନଲାଇନରେ ଏହି ସତ୍ୟପାଠ ଦାଖଲ କରାଯାଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଣାଇଥିଲେ କିନ୍ତୁ ଖଣ୍ଡପୀଠ ଏପର୍ଯ୍ୟନ୍ତ ଏହା ସତ୍ୟପାଠ ମିଳିନଥିବା କହିଛନ୍ତି।

- Advertisement -

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟମାନେ ମିଳିତ ଭାବେ ଆଲୋଚନା କରି ସଠିକ୍ ସମାଧାନର ରାସ୍ତା ଖୋଜନ୍ତୁ। ଆବେଦନକାରୀଙ୍କ ମଧ୍ୟରୁ ବିଶାଲ ତିୱାରୀ କହିଛନ୍ତି ଯେ ଏହା ଜନସାଧାରଣଙ୍କ ସ୍ୱାର୍ଥ ଜଡିତ ବିଷୟ ଏବଂ ସେ ଆସନ୍ତାକାଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହେବେ। ଗତ ସପ୍ତାହରେ ତିୱାରୀ ଏବଂ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇଟି ଆବେଦନକୁ ଶୀର୍ଷ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories