www.samajalive.in
Monday, December 8, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; କାର୍‌ ବାହାରେ ଠିଆ ହୋଇଥିଲା ସିଂହ, ଡୋର୍‌ ଖୋଲି ଦେଲେ ଯୁବକ, ଆଉ ତା’ରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲ ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ବନ୍ୟଜନ୍ତୁ ପ୍ରେମୀଙ୍କୁ ଖୁବ୍‌ ପସନ୍ଦ ଆସିଥାଏ । କିଛି ଭିଡିଓ ଭୟଭୀତ ସହ ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଥିବା ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।


ଭିଡିଓରେ ଦେଖିପାରିବେ, ଜଣେ ଯୁବକ କାର୍‌ ଭିତରେ ବସିଛନ୍ତି । ଗାଡି ଭିତରୁ ବାହାରକୁ ଆସିବା ପାଇଁ କାର୍‌ର ଡୋର୍‌ ଖୋଲିବା ମାତ୍ରେ ସେଠାରେ ଏକ ସିଂହ ଠିଆ ହୋଇଥିବା ଦେଖୁଛନ୍ତି । ଏହାପରେ ଯାହା ଘଟୁଛି, ତାହା ଦେଖି ସ୍ତବ୍ଧ ହୋଇଯିବେ । ଏହି ଭୟଭୀତ ଦୃଶ୍ୟ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ବିଶାଳକାୟ ସିଂହକୁ ଦେଖି ଯୁବକ ଜଣକ କାର୍‌ର ଡୋର୍‌ ବନ୍ଦ କରି ଦେଉଛନ୍ତି । ମାତ୍ର ବିରାଟକାୟ ସିଂହଟି ନିଜ ଦାନ୍ତରେ କାର୍‌ର ଡୋର୍‌ ଖୋଲି ଦେଇଛି । ବ୍ୟକ୍ତି ଜଣକ ସେହି ସମୟରେ ଭୟରେ ଥରିବାକୁ ଲାଗୁଛନ୍ତି । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ କେହି କେହି ପ୍ରଶ୍ନ କରିଛନ୍ତି ବ୍ୟକ୍ତି ଜଣକ ଜୀବିତ ଅଛନ୍ତି କି ନାହିଁ । କେହି କହିଛନ୍ତି ସିଂହ ଏଥିପାଇଁ କାର୍‌ ଡୋର୍‌ ଖୋଲିଥିଲା ଯେ, ରାତିରେ ଖାଇବାରେ କ’ଣ ମିଳିବ। ଏଯାଏଁ ଲକ୍ଷ ଲକ୍ଷ ଲୋକେ ଭିଡିଓକୁ ଦେଖିସାରିଲେଣି।

ମାର୍ଚ୍ଚରେ ଶୁକ୍ର ହେବେ ଅସ୍ତ ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ବଢିବ ଦରମା..

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories