ଦିନ ୧ଟା – ମୁଖ୍ୟ ଖବର
ପୁରୀ : ଆଜି ଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ; ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା ; ବିଭିନ୍ନ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଅସ୍ଥାୟୀ ପୋଖରୀରେ ହେଉଛି ମା’ଙ୍କ ବିସର୍ଜନ
ତୈଳ ଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବଢିଲା ବସ୍ ଭଡା ; ସାଧାରଣ ବସ ଯାତ୍ରୀବାହୀ ବସ କିମି ପିଛା ୮୯ ପଇସାରୁ ୯୨ ପଇସା ବଢିଲା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ
ଚତୁର୍ଥ ଥର ପାଇଁ ଆଇପିଏଲ ଟାଇଟଲ ଜିତିଲା ଚେନ୍ନଇ ସୁପର କିଙ୍ଗ୍ସ
ରାଜ୍ୟରେ ଚିହ୍ନଟ ହେଲେ ୩୫୮ ନୂଆ ଆକ୍ରାନ୍ତ, ୩ ମୃତ
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୦୯ ଓ ସ୍ଥାନୀୟ ସଂକ୍ରମିତ ୧୪୯
୧୮ ବର୍ଷରୁ କମ୍ ବୟସର ୪୭ ଜଣ ଚିହ୍ନଟ
ଅନୁଗୁଳରୁ ୧, ବାଲେଶ୍ୱର ୧୩, ବରଗଡ ୩, ଭଦ୍ରକ ୮, ବଲାଙ୍ଗୀର ୪, ବଉଦ ୧ ଓ କଟକରୁ ୧୫ ଚିହ୍ନଟ
ଦେବଗଡରୁ ୧, ଗଜପତି ୭, ଗଞ୍ଜାମ ୧, ଜଗତସିଂହପୁର ୮, ଯାଜପୁର ୧୧, କେନ୍ଦ୍ରାପଡା ୧୩ ଓ କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି
ଖୋର୍ଦ୍ଧାରୁ ୧୮୬, କୋରାପୁଟ ୨, ମୟୁରଭଞ୍ଜ ୧୧, ନୟାଗଡ ୩, ପୁରୀ ୯, ରାୟଗଡା ୫ ଓ ସମ୍ବଲପୁରରୁ ୪ ଚିହ୍ନଟ
ସୋନପୁରରେ ୨, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି
ଦିନକ ମଧ୍ୟରେ ୫୩୫ ଜଣ ସୁସ୍ଥ ହୋଇଛନ୍ତି
ରାଜ୍ୟରେ ସଂପ୍ରତି ୫୧୧୯ ଜଣ କରୋନା ରୋଗୀ ରହିଛନ୍ତି
ମୃତ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ ଜିଲାରେ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ
ଚାର୍ଟାର୍ଡ ବିମାନରେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଆସିବାକୁ ଅନୁମତି
ଋାହୁଳ ଦ୍ରାବିଡ ହେବେ ଟିମ୍ ଇଣ୍ଡିଆ କୋଚ; ଦୁଇ ବର୍ଷ ଦାୟିତ୍ୱରେ ରହିବେ
ଦେଶରେ ୨୪ ଘଣ୍ଟାରେ ଆଉ ୧୫,୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୫୩,୫୭୩କୁ ବୃଦ୍ଧି
ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୫୧,୯୮୦
ଦିନକରେ ଆଉ ୧୭,୮୬୧ ସୁସ୍ଥ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୩୩,୯୯,୯୬୧
୨,୦୧,୬୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
୨୪ ଘଣ୍ଟାରେ ୮,୩୬,୧୧୮ ଟିକା ନେଇଥିବା ବେଳେ ମୋଟ ୯୭,୨୩,୭୭,୦୪୫ ଟିକା ନେଇ ସାରିଛନ୍ତି
Comments are closed.