ଦିନ ୧୨ଟା – ମୁଖ୍ୟ ଖବର
ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ
ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ; ସୁରେଖାଙ୍କୁ ୭୫ ବର୍ଷ ବୟସ ହୋଇଥିଲା; ହୃଦଘାତରେ ପରଲୋକ ଘଟିଥିବା ସୂଚନା
ଆଇସିଏମଆରର ଚେତାବନୀ- ଅଗଷ୍ଟ ଶେଷସୁଦ୍ଧା ଭାରତରେ କରୋନାର ତୃତୀୟ ଲହର
ପୁଡୁଚେରୀରେ ୨୦ ଶିଶୁ କରୋନା ସଂକ୍ରମିତ
ତାଲିବାନକୁ ଆକାଶ ମାର୍ଗରେ ସହାୟତା ଦେଉଛି ପାକିସ୍ତାନ
ରାଜ୍ୟରେ ଆଜି ଠାରୁ ଆରମ୍ଭ ଆଂଶିକ ତାଲାବନ୍ଦ ; ସମସ୍ତ ଜିଲାରେ ଗଡିବ ବସ ; କଟକଣା କଡାକଡି ଭାବେ କରାଯିବ ପାଳନ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖୁବ୍ଶୀଘ୍ର ଦିଲ୍ଲୀ ଗସ୍ତ ; ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ
ବଢୁଛି ଡ୍ରୋନ ଆତଙ୍କ; ସାମ୍ବା ଓ ଜମ୍ମୁରେ ଠାବ ହେଲା ଆଉ ୪ଟି ଡ୍ରୋନ
ଅଲିମ୍ପିକ୍ସ: ଜୁଲାଇ ୩୦ରେ ଦୌଡ଼ିବେ ଦୂତି
ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନ, ଦେଶଦ୍ରୋହ ଆଇନ ଯର୍ଥାଥ କି?
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଗୋଟିଏ ଦିନରେ ୪୦,୦୨୬ ଜଣ କରୋନାରୁ ସୁସ୍ଥ ; ମୋଟ ୩,୦୧,୮୩,୮୭୬ ଜଣ ଆରୋଗ୍ୟଲାଭ କରିସାରିଛନ୍ତି
ଆରୋଗ୍ୟ ହାର ୯୭.୨୮% ; ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୨୨
ଦୈନିକ ସଂକ୍ରମଣ ହାର ୧.୯୯% , ସାପ୍ତାହିକ ସଂକ୍ରମଣ ହାର ୨.୧୪%
ଏପର୍ୟ୍ୟନ୍ତ ମୋଟ ୪୪ କୋଟି କୋଭିଡ ନମୁନା ପରୀକ୍ଷା
୩୯.୫୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି
ରାଜ୍ୟରେ ଆଉ ୬୪ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୨୨ ମୃତ ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୨୫
ରାଜ୍ୟରେ ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୯୫ ଏବଂ ସ୍ଥାନୀୟ ସଂକ୍ରମିତ ୮୭୫
ରାଜ୍ୟରେ ମୋଟ ୯୨୩୨୦୯ ଜଣ ସୁସ୍ଥ ; ରାଜ୍ୟରେ ସଂପ୍ରତି ୨୧୭୪୨ ଜଣ ସକ୍ରିୟ ସଂକ୍ରମିତ
ଆବାସ ଯୋଜନାରେ ପଶ୍ଚିମାଞ୍ଚଳକୁ ଉପେକ୍ଷା ଅଭିଯୋଗ : ବିଜେପିର ଆରଡିସି କାର୍ୟ୍ୟାଳୟ ଘେରାଉ
Comments are closed.