www.samajalive.in
Saturday, December 6, 2025
16.1 C
Bhubaneswar

ଲିଙ୍ଗିପୁର ପଂଚାୟତ ପାଇଁ ସ୍ଥାୟୀ ପିଇଓ କେବେ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଧଉଳି ଥାନା ଅଧିନସ୍ଥ ଲିଙ୍ଗିପୁର ଗ୍ରାମପଂଚାୟତକୁ ଉନ୍ନତି କରିବା ବଦଳରେ ବିଡିଓ ମହାଶୟ ୨୬ଟି ୱାର୍ଡକୁ ଗୋଟିଏ ପିଇଓ ବଦଳି କରି ଦାୟିତ୍ୱ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ରୁ ଶିଶୁପାଳ ଗ୍ରାମପଂଚାୟତଠାରୁ ଲିଙ୍ଗିପୁର ଗ୍ରାମପଂଚାୟତ ଅଲଗା ହୋଇଛି। ଏହାର ୧୩ ଗୋଟି ୱାର୍ଡ ରହିଛି। ଶିଶୁପାଳଗଡ଼ର ମଧ୍ୟ ୧୩ଟି ୱାର୍ଡ ରହିଛି। ଜଣେ ପିଇଓ ଦୁଇ ଦୁଇଟି ଦାୟିତ୍ୱରେ ରହିଲେ ଉନ୍ନୟନମୂଳକ କାର୍ଯ୍ୟ ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହେବ। ଏହାକୁ ଦିଗହରା କରିବା ପାଇଁ ଷଡ଼ଯନ୍ତ୍ର ଓ ବଦଳିରେ ସ୍ୱଚ୍ଛତାର ଅଭାବ ପରିଲକ୍ଷିତ ହୋଇଛି। କାହା ସ୍ୱାର୍ଥରେ ଏବଂ କେଉଁ ନିୟମ ବଳରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଂଚାୟତଗୁଡିକରେ ସମସ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଉଳ୍ଳେଖନୀୟ ଯେ, ଗତ ୪ ମେ’ ୨୦୨୨ ଦିନ ଭୁବନେଶ୍ୱର ବିଡିଓ ତାଙ୍କର ବଦଳି ଆଦେଶ ସଂଖ୍ୟା ୨୧୦୯ରେ ୧୪ ଜଣ ପିଇଓଙ୍କୁ ବଦଳି କରିଥିଲେ, ତା’ ମଧ୍ୟରୁ ସିରିଏଲ ନଂ ୧୪ରେ ଥିବା ପିଇଓଙ୍କୁ ଶିଶୁପାଳଗଡ଼ ଓ ଲିଙ୍ଗିପୁର ଦାୟିତ୍ୱ ଦିଆଯାଇଛି।

ଏଠାରେ ଉଲ୍ଳେଖଯୋଗ୍ୟ ଯେ, ଶିଶୁପାଳ ଓ ଲିଙ୍ଗିପୁର ଗ୍ରାମପଂଚାୟତ ମୋଟ ୧୩ଟି ଲେଖାଏଁ ୱାର୍ଡ ରହିଛି। ସମୁଦାୟ ୨୬ଟି ୱାର୍ଡକୁ କେଉଁ ଭାବରେ ବିଡିଓ ମହାଶୟ ଗୋଟିଏ ପିଇଓଙ୍କୁ ତରବରିଆ ଭାବରେ ଦାୟିତ୍ୱ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲିଙ୍ଗିପୁର ଗ୍ରାମ ପଂଚାୟତ କ’ଣ ସରକାରଙ୍କର ସାବତ ପୁଅ କି ? ରାଜ୍ୟ ସରକାର ପଂଚାୟତସ୍ତରକୁ ସୁଦୃଢ କରିବା ପାଇଁ ପଂଚାୟତରେ ସବୁ ସୁବିଧା ସୁଯୋଗ ଦେବା ପାଇଁ ଅପ୍ରାଣ ଉଦ୍ୟମ କରୁଥିବାବେଳେ ଗୋଟିଏ ପିଇଓଙ୍କୁ ୨ଟି ଦାୟିତ୍ୱ ଦେଇ ବିଡିଓ ମହାଶୟ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ସେ ନିଜେ ଜାଣିଥିବେ। ଗ୍ରାମ ପଂଚାୟତରେ ଆସୁଥିବା ବିଭିନ୍ନ ୱାର୍ଡର ସମସ୍ୟା ଯୋଉଭଳିଆ ଭାବେ ସମାଧାନ ହୋଇପାରିବ ତାହା ବୋଧେ ବିଡିଓଙ୍କୁ ମହାଶୟଙ୍କ ଭୃକ୍ଷେପ ନାହିଁ। ରାସନ୍‍ କାର୍ଡଠୁ ଆରମ୍ଭ କରି ଭତା ବଂଟନ, ପାନୀୟ ଜଳ, ରାସନ ସାମଗ୍ରୀ, ପ୍ରତି ୱାର୍ଡର ମାସିକିଆ ବୈଠକର ବିବରଣୀ ରଖିବା ଏବଂ ତାଙ୍କର ସମସ୍ୟା ସମାଧାନକୁ ନେଇ ସଂରପଚ ଏବଂ ବ୍ଲକ କାର୍ଯ୍ୟାଳୟକୁ ପଂହଚାଇବା ଇତ୍ୟାଦି ତାଙ୍କର ମୁଖ୍ୟ କାର୍ଯ୍ୟ। ଏଠାରେ ଗୋଟିଏ ଉଲ୍ଲେଖନୀୟ ଘଟଣା ସାଧାରଣ ପ୍ରଶାସନ ବିଭାଗର ଆଦେଶ ସଂଖ୍ୟା ୧୧୮୧୮/ଏସସିଏସ, ଏପ୍ରିଲ ୩୦ରେ ବିଡିଓଙ୍କ ବଦଳୀ ଆଦେଶ କିନ୍ତୁ ଆଶ୍ଚର୍ଯ୍ୟର କଥା ସେହିଦିନ ପଂଚାୟତ ଏକଜିକ୍ୟୁଟିଭ ଅଫିସରଙ୍କ ବଦଳିର ଆଦେଶ କରାଯାଇଛି। କି ସଂଯୋଗ କଣ ଉଦ୍ଦେଶ୍ୟ? କାହା ସ୍ୱାର୍ଥରେ ଚଋଙମାନଙ୍କ ବଦଳୀ ଏକାଦିନେ। ଏହି ବଦଳୀ ଆଦେଶ ୦୪.୦୫.୨୨ରେ ସମସ୍ତ ପିଇଓଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ଏବଂ ସେଥିରେ ନିର୍ଦ୍ଦେଶ ଦିଆଯାଇଛି, ତିନି ଦିନ ଭିତରେ ଦାୟିତ୍ୱ ହସ୍ତାନ୍ତର କରି ନୂତନ ଭାବେ ବଦଳି ହୋଇଥିବା ଜାଗାରେ ଯୋଗଦାନ କରିବେ। ଏଣୁ ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ବଦଳୀ ତାଲିକାକୁ କେନ୍‍ସଲ୍‍ କରିବାକୁ ସବୁ ସ୍ତରରୁ ଦାବୀ ହେଉଛି। ଏବଂ କେଉଁ ପରିସ୍ଥିତିରେ ଏକାଦିନେ ଆଦେଶ ବାହାରିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ଏହି ଅକ୍ଷମଣୀୟ କାର୍ଯ୍ୟାନୁଷ୍ଠାରେ ଦାୟତ୍ୱହୀନତା କାରଣରୁ କାହିଁକି ସମ୍ପୃକ୍ତ ଅଧିକାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ? ଏ ଦିଗରେ ପଂଚାୟତରାଜ ବିଭାଗ ସମସ୍ତ ଘଟଣାକୁ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଜନସାଧାରଣଙ୍କର ସ୍ୱାର୍ଥ ଦୃଷ୍ଟିୁରୁ ଲିଙ୍ଗିପୁର ପଂଚାତୟରେ ଅଲଗା ଭାବେ ପିଇଓ ଅବସ୍ଥାପିତ କରାଯାଉ। ଭୁବନେଶ୍ୱର ବିଡିଓଙ୍କୁ ହ୍ୱାଟସ୍‍ଆପ୍‍ ଦ୍ୱାରା ଏହି ନିର୍ଦ୍ଦେଶ ପରେ ପ୍ରତକ୍ରିୟା ପାଇଁ ଆମ ପ୍ରତିନିଧି ଜାଣିବାକୁ ଚାହିଁଥିଲେ ମଧ୍ୟ ବିଡିଓ ମହାଶୟ ନୀରବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories