www.samajalive.in
Saturday, December 6, 2025
16.1 C
Bhubaneswar

ସମୁଦ୍ର ଅଭିମୁଖେ ଅଲିଭରିଡ଼ଲେ କଇଁଛ ଛୁଆ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ନିକଟରେ ବେଳାଭୂମିରେ ଅଲିଭରିଡ଼ଲେ କଇଁଛ ଅଣ୍ଡାଗୁଡିକରୁ ଛୁଆ ଫୁଟି ବର୍ତମାନ ସେହି ଛୁଆ ଗୁଡିକ ସ୍ୱତଃ ପ୍ରବୃତ ଭାବେ ସମୁଦ୍ରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।  ଏହି ପ୍ରକ୍ରିୟା ପାଞ୍ଚ ଦିନ ଧରି ଚାଲିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲକ୍ଷାଧିକ କଇଁଛ ଛୁଆଙ୍କ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ପର୍ୟ୍ୟଟକ ମାନେ ଭିଡ଼ ହୋଇଥିବା ବେଳେ ସେହି ଅଞ୍ଚଳକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି ।  ବ୍ରହ୍ମପୁର ଡ଼ି ଏଫ ଓ ସହ ଯୋଗାଯୋଗ ବେଳେ ସେ କହିଛନ୍ତି , ବର୍ତମାନ ଛୁଆ ମାନେ ସମୁଦ୍ର ଅଭିମୁଖେ ଯାଉଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡୀ କରାଯାଇଛି ।  ସୂଚନା ଯୋଗ୍ୟ, ଗଞ୍ଜାମ ବ୍ଲକ ଅନ୍ତର୍ଗତପୁରୁଣା ବନ୍ଦ ନିକଟରେ ଥିବା ଋଷିକୁଲ୍ୟା ମୁହାଣ ବେଳାଭୂମି ଅଂଚଳରେ ଚଳିତ ବର୍ଷ ମାର୍ଚ୍ଚ ମାସର ଶେଷ ସପ୍ତାହରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇଥିଲା । ସେଥିରେ ପ୍ରାୟ ପାଞ୍ଚ ଲକ୍ଷ ପଚାଶ ହଜାର କଇଁଛ ଅଣ୍ଡା ଦେଇଥିଲେ । ଯାହାର  ୪୫ରୁ ୫୦ଦିନ ମଧ୍ୟରେ ଅଣ୍ଡା ରୁ ଛୁଆ ଫୁଟିବା ସହ ଛୁଆ ବାହାରି ସମୁଦ୍ର ଅଭିମୁଖେ ଯାଉଛନ୍ତି । ଗତ କିଛି ଦିନ ତଳେ ବାତ୍ୟା ଆଶାନୀ ପ୍ରଭାବ ଯୋଗୁଁ ସମୁଦ୍ରର ଉଚ୍ଚ ଲହଡି ଫଳରେ କଇଁଛ ଅଣ୍ଡା ଗୁଡିକ କିଛି ମାତ୍ର ରେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା । ବର୍ତମାନ ବନ ବିଭାଗ ପକ୍ଷରୁ ତଦାରଖ କରାଯାଉଛି ବୋଲି ରମ୍ଭା ଫରେଷ୍ଟ ଅବିନାଶ ଚୌଧୁରୀଙ୍କ ଠାରୁ ସୂଚନା ମିଳିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories