www.samajalive.in
Saturday, December 6, 2025
16.1 C
Bhubaneswar

ସୌଭାଗ୍ୟବତୀ ମହିଳାଙ୍କ ଲକ୍ଷଣ

ଆମ ଶରୀରରେ ଅନେକ ପ୍ରକାରର ଚିହ୍ନ ରହିଥାଏ। ସେହି ଚିହ୍ନ ଗୁଡିକର ଭିନ୍ନ ଭିନ୍ନ ମହତ୍ତ୍ବ ରହିଛି। ଚିହ୍ନ ଗୁଡିକ ମଧ୍ୟରୁ କିଛି ଶୁଭ ହୋଇଥାଏ ତ କିଛି ଅଶୁଭ ହୋଇଥାଏ। ସମୁଦ୍ରଶାସ୍ତ୍ରରେ ସେହି ଚିହ୍ନଗୁଡିକ ବିଷୟରେ ବିସୃତ ରୂପେ ବର୍ଣ୍ଣନା କରାଯାଇଛି। ଉଭୟ ମହିଳା ଓ ପୁରୁଷଙ୍କ ଶରୀରରେ ଥିବା ଚିହ୍ନ ବିଷୟରେ ସମୁଦ୍ରଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମହିଳାଙ୍କୁ ଘରର ଗୃହଲକ୍ଷ୍ମୀ କୁହାଯାଇଛି। ଆସନ୍ତୁ ଜାଣିବା ଶରୀରରେ ଥିବା ବିଭିନ୍ନ ଚିହ୍ନର ବିଶେଷତ୍ତ୍ବ ବିଷୟରେ ..

ହସ୍ତରେଖା ବିଶେଷଜ୍ଞ ଓ ଜ୍ୟୋତିଷଶାସ୍ତ୍ର ଅନୁସାରେ, ଯେଉଁ ମହିଳାମାନଙ୍କ ହାତର ଆଙ୍ଗୁଠୀ ଲମ୍ବା ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି। ଏପରି ମହିଳାଙ୍କୁ ସୌଭାଗ୍ୟ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ସେମାନେ ଯେଉଁ ଘରକୁ ଯାଆନ୍ତି ସେଠାରେ ଖୁସିର ସହ ରହିଥାଆନ୍ତି।

- Advertisement -

ଅନେକ ବିଶେଷଜ୍ଞଙ୍କ ମତରେ, ଯେଉଁ ମହିଳାମାନଙ୍କ ପାଦ ଲମ୍ବା ଓ ନରମ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାଆନ୍ତି। ଏପରି ମହିଳା ଘରେ ମା’ ଲକ୍ଷ୍ମୀଙ୍କ ପରି ହୋଇଥାଆନ୍ତି। ସର୍ବଦା ନିଜ ଘରର ଉନ୍ନତି ଏମାନଙ୍କ ଦ୍ବାରା ହୋଇଥାଏ।

ଯେଉଁ ମହିଳାଙ୍କ ମୁଣ୍ଡ ସାମାନ୍ୟ ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ଅଟନ୍ତି।

ଯେଉଁ ମହିଳାଙ୍କ କାନ ଲମ୍ବା ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାଆନ୍ତି।

ସମୁଦ୍ରଶାସ୍ତ୍ର ଅନୁଯାୟୀ, ଯଦି କୌଣସି ମହିଳାଙ୍କ ମଥାରେ କଳାଜାଇ ରହିଥାଏ ତେବେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି।

ଯେଉଁ ମହିଳାଙ୍କ ମଥାର ମଝିରେ କଳାଜାଇ ରହିଛି ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାଆନ୍ତି। ଏପରି ମହିଳା ଯେକୌଣସି ସରକାରୀ ଚାକିରୀରେ ନିଯୁକ୍ତ ହୋଇଥାଆନ୍ତି। ଏହାସହ ସମାଜ ପାଇଁ ମଧ୍ୟ ଉନ୍ନତିର କାର୍ଯ୍ୟ କରନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories