www.samajalive.in
Saturday, December 6, 2025
16.1 C
Bhubaneswar

ଜୀବନରେ ଉନ୍ନତି ଚାହାଁନ୍ତି କି, ରଖନ୍ତୁ ଏହି ଦ୍ରବ୍ୟ

ସମସ୍ତଙ୍କର ଇଚ୍ଛା ଥାଏ ଯେ, ଜୀବନରେ ଉନ୍ନତି କରିବା। ବ୍ୟକ୍ତିଗତ ହେଉ କି ବୃତ୍ତିଗତରେ ହେଉ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବା ପାଇଁ ବିଶେଷ ଭାବେ ଆଶାବାଦୀ ରହିଥାଆନ୍ତି। ସେଥିପାଇଁ ଦିନରାତି ପରିଶ୍ରମ ମଧ୍ୟ କରିଥାଆନ୍ତି। କିନ୍ତୁ ଦିନରାତି ପରିଶ୍ରମ କରିବା ସତ୍ତ୍ବେ ବେଳେବେଳେ ଆଶାନୁରୂପେ ସଫଳତା ମିଳି ନ ଥାଏ। ତେଣୁ ବ୍ୟକ୍ତିଙ୍କୁ ନିରାଶ ଓ ଚିନ୍ତାଗ୍ରସ୍ତ ହେବାକୁ ପଡିଥାଏ। କିନ୍ତୁ କିଛି ଦ୍ରବ୍ୟ ରହିଛି ଯାହାକୁ ଘରେ ରଖିବା ଦ୍ବାରା ବ୍ୟକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ। ଏହାସହ ମନରେ ସକାରାତ୍ମକ ବିଚାର ଉତ୍ପନ୍ନ ହୋଇଥାଏ।

ଫେଙ୍ଗସୁଇରେ ୩ଟି ଏପରି ଜିନିଷ ରହିଛି ଯାହାକୁ ଘରେ ରଖିବା ଉଚିତ। ଏହାଦ୍ବାରା ଭାଗ୍ୟ ଆପଣଙ୍କ ସହିତ ରହିବା ସହ ଦୁର୍ଭାଗ୍ୟ ଦୂର ହୋଇଥାଏ। ଆସନ୍ତୁ ଜାଣିବା ସେ ସବୁ କ’ଣ ..

- Advertisement -

ଧାତୁ ନିର୍ମିତ କଇଁଛ :

ଫେଙ୍ଗସୁଇରେ ଧାତୁରେ ନିର୍ମିତ କଇଁଛର ଅଧିକ ମହତ୍ତ୍ବ ରହିଛି। ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହାକୁ ଘରର ମୁଖ୍ୟଙ୍କ କକ୍ଷରେ ରଖିବା ଉଚିତ। ଏହାକୁ ରଖିବା ଦ୍ବାରା ଘରେ ସୁଖଶାନ୍ତି ବୃଦ୍ଧି ହେବା ସହ ଉନ୍ନତି ହୋଇଥାଏ। ଏହାସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।

ପିରାମିଡ :

ଧାତୁରେ ନିର୍ମିତ ପିରାମିଡକୁ ଘରେ ରଖିବା ଉଚିତ। ଏହାକୁ ଘରେ ରଖିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାସହ ଘରର ବାତାବରଣରେ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ଏହାଦ୍ବାରା ଆପଣ କରୁଥିବା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ବେପାର ଓ ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇଥାଏ।

ଧଳା ପଥର :

ଏହି ପଥରକୁ ଘରେ ରଖିବା ଦ୍ବାରା ବ୍ୟକ୍ତି ଧନବାନ ହୋଇଥାଆନ୍ତି। ଏହାର ପ୍ରଭାବର ଆପଣଙ୍କ କାର୍ଯ୍ୟରେ ସୃଷ୍ଟି ହେଉଥିବା ବାଧା ବିଘ୍ନ ଦୂର ହୋଇଥାଏ। ଧନ ବୃଦ୍ଧି ହେବା ସହ ସଫଳତା ମିଳିଥାଏ। ଏହାଦ୍ବାରା ଆପଣଙ୍କୁ ସମାଜରେ ମାନ-ସମ୍ମାନ ମିଳିଥାଏ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories