କାଠମାଣ୍ଡୁ: ନେପାଳରେ ପ୍ରବଳ ଝଡ଼ବର୍ଷା ଯୋଗୁ ୨୫ ଜଣଙ୍କ ମୃତ୍ୟୁ ଘଟିବା ସହ ୪୦୦ରୁ ଅଧିକ ଜନସାଧାରଣ ଆହତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଦକ୍ଷିଣ ନେପାଳର ଏକାଧିକ ଗାଁ ଏହି ଝଡ଼ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ବାରା ଏବଂ ପାର୍ସା ଜିଲାର ବିଭିନ୍ନ ଗାଁରେ ବହୁ ସଂଖ୍ୟକ ଗଛ ଉପୁଡ଼ି ପଡ଼ିବା ସହ ଘରଦ୍ବାର ଭାଙ୍ଗିଯାଇଛି। କେବଳ ବାରା ଜିଲାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଇବାକୁ ଉଦ୍ୟମ ଚାଲିଥିବାବେଳେ ପୁଲିସ ଏବଂ ସେନା ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜାତୀୟ ଜରୁରିକାଳୀନ ପରିଚାଳଚନା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
Popular Categories



