ଭୁବନେଶ୍ୱର : ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ୧୭ଟି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଓଡିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ନପାଇବାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ଗୁଡିକୁ ବିଶେଷ ଗୁରୁତ୍ୱ ଦେବା ସହ ବହୁ ବିକାଶମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି। ଓଡିଶାର କଳା, ସଂସ୍କୃତି, ଐତିହ୍ୟ ପର୍ଯ୍ୟଟକ ମାନଙ୍କୁ ଓଡିଶା ଆସିବାକୁ ଆକର୍ଷିତ କରେ। କିନ୍ତୁ ଅନେକ ସମୟରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ରାଜ୍ୟ ସରାକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୁଏ।
ଓଡିଶାର ୫ଟି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ସେହି ପର୍ୟ୍ୟଟନସ୍ଥଳୀ ଗୁଡିକର ଗୁରୁତ୍ବ ବିଷୟରେ ଚିଠିରେ ଉଲ୍ଲେଖ କରିଛନ୍ତି। ୫ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ୨ଟି ପର୍ଯ୍ୟଟନସ୍ଥଳୀକୁ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି ।
କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Popular Categories



