www.samajalive.in
Thursday, December 11, 2025
27.1 C
Bhubaneswar

ଘରକୁ ସ୍ୱଚ୍ଛ କରିବା ପାଇଁ ଲେମ୍ବୁର ବ୍ୟବହାର

ଲେମ୍ବୁର ବହୁ ଉପକାରୀ ଗୁଣ ରହିଛି। ଲେମ୍ବୁକୁ ଆମେ ସରବତ କରି ପିଇବା ପରେ ଏହାର ଚୋପାକୁ ଫୋପାଡ଼ି ଦେଇଥାଉ। ମାତ୍ର ଘରକୁ ସଫା କରିବାରେ ଏହାର ଚୋପା ଓ ରସ ବହୁ ଲାଭ ଦାୟକ ଅଟେ। ଲେମ୍ବୁର ଚୋପାରେ ଯେକୌଣସି ଦ୍ରବ୍ୟକୁ ସଫା କଲେ ଏହା ସଫା ହେବା ସହ ଏହାର ଚମକ ମଧ୍ୟ ବଢି ଥାଏ। ଜାଣନ୍ତୁ ଘରକୁ ସଫା କରିବା ନିମନ୍ତେ କିପରି କରିବେ ଲେମ୍ବୁର ବ୍ୟବହାର ….

ସିଙ୍କ୍‍ (ରୋଷେଇ ଘର ବେସିନ୍)କୁ ସଫା କରିବା ନିମନ୍ତେ -ରୋଷେଇ ଘରର ସିଙ୍କ୍‍ରେ ସର୍ବଦା ପାଣି ,ବାସନକୁସନ ଆଦି ରହିବା ଦ୍ବାରା ତାହା ଅପରିଷ୍କାର ହୋଇ ଦାଗ ହୋଇଯାଏ। ସିଙ୍କ୍‍ରେ ଲେମ୍ବୁ ରସରେ ଲୁଣ ମିଶାଇ କିମ୍ବା ଲେମ୍ବୁ ଚୋପାରେ ଲୁଣ ଲଗାଇ ଘଷି କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଖୁବ ଭଲ ଭାବେ ସଫା ହୋଇଯିବ।

- Advertisement -

ଡ଼ବାର ଦାଗ ଦୂର ପାଇଁ – ଡ଼ବା ଗୁଡ଼ିକର ଖୋଳରେ ଓ ଡ଼ବାରେ ଥିବା ଦାଗ ସହଜରେ ଲିଭି ନଥାଏ। ଲେମ୍ବୁ ରସକୁ ଲଗାଇ ଓ ଏହାର ଚୋପାରେ ଘଷି ରଖନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।

ଏତଦ୍‍ ବ୍ୟତୀତ ରୋଷେଇ ଘରର ବହୁ ସ୍ଥାନରେ ତେଲର ଚିକଟା ଦାଗ ରହିଯାଏ। ଲେମ୍ବୁ ରସରେ ସାମାନ୍ୟ ଲୁଣ ମିଶାଇ ଏହି ତେଲର ଚିକଟା ସ୍ଥାନରେ ଘଷନ୍ତୁ। ଏହି ଚିକଟା ସଂପୂର୍ଣ୍ଣ ସଫା ହୋଇଯିବ।

ଘରର କାଚ କବାଟ, ଝରକା ଆଦିକୁ ସଫା କରିବା ନିମନ୍ତେ ଲେମ୍ବୁରେ ଘଷିଲେ ଏହା ମଧ୍ୟ ଖୁବ ଭଲ ଭାବେ ସଫା ହୋଇଯାଏ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories