www.samajalive.in
Thursday, December 11, 2025
16.1 C
Bhubaneswar

ପଞ୍ଚାୟତ ନିର୍ବାଚନ, ବିଭିନ୍ନ ପଦବୀ ପାଇଁ ୩୯୯ ନାମାଙ୍କନପତ୍ର ଦାଖଲ

ଲକ୍ଷ୍ମୀପୁର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସରେ ଲକ୍ଷ୍ମୀପୁର ବ୍ଲକରେ ବିଭିନ୍ନ ପଦବୀ ପାଇଁ ମୋଟ ୩୯୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ଲକରେ ଥିବା ୧୩ ପଞ୍ଚାୟତ ମାଧ୍ୟମରୁ ସରପଞ୍ଚ ପ୍ରାର୍ଥୀ ଭାବେ ୧୧୦ ଜଣ, ସମିତିସଭ୍ୟ ପାଇଁ ଜଣ ୭୫ଏବଂ ଓ୍ବାର୍ଡ ùc´e  ଭାବେ ୨୧୪ଜଣ ନାମାଙ୍କନ ପତ୍ର ଦାଖଲ କରାଯାଇଥିବା ଗୋଷ୍ଠୀ ଊନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ସୂଚନା ଦେଇଛନ୍ତି । ଏଥି ମଧ୍ୟରେ ସରପଞ୍ଚ ଭାବେ ଭିତରଗଡ ପଞ୍ଚାୟତରରେ ୫ ଜଣ, ବୁର୍ଜା- ୭ ଜଣ, ଚମ୍ପି- ୩ ଜଣ , ଗୌଡଗୁଡା- ୫ ଜଣ, କାକିରିଗୁମା- ୬ ଜଣ, କୁସୁମଗୁଡା- ୬ ଜଣ, କୁଟିଙ୍ଗା- ୩ ଜଣ , ଲକ୍ଷ୍ମୀପୁର- ୧୦ ଜଣ, ଓଡିଆପେଣ୍ଠ- ୧୨ ଜଣ, ପଞ୍ଚଡା- ୬ ଜଣ, ପିପଳପଦର ୬ ଜଣ, ତୟାପୁଟ ୧୦ ଜଣ, ତୁନପାର ୭ ଓ ପଞ୍ଚାୟତରୁ ୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ସମିତିସଭ୍ୟ ଭାବେ ଶେଷ ଦିନ ସୁଦ୍ଧା ଭିତରଗଡ ପଞ୍ଚାୟତରରେ ୫ , ବୁର୍ଜା- ୯, ଚମ୍ପି- ୫, ଗୌଡଗୁଡା- ୩ ଜଣ, କାକିରିଗୁମା- ୬, କୁସୁମଗୁଡା- ୬, କୁଟିଙ୍ଗା- ୫, ଲକ୍ଷ୍ମୀପୁର- ୮, ଓଡିଆପେଣ୍ଠ- ୩, ପଞ୍ଚଡା- ୪, ପିପଳପଦର- ୬, ତୟାପୁଟ- ୧୦, ଓ ତୁନପାର- ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୧୩ ଟି ପଞ୍ଚାୟତରୁ ୨୧୪ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ ଓଡିଆପେଣ୍ଠ ପଞ୍ଚାୟତଟି ଖଣି ଅଞ୍ଚଳ ହୋଇଥିବାରୁ ଏହି ପଞ୍ଚାୟତରେ ସର୍ବାଧିକ ୧୨ ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବୁର୍ଜା ପଞ୍ଚାୟତଟି ଅଣ ସଂରକ୍ଷିତ ଥିବା କାରଣରୁ ଏଠାରେ ସର୍ବାଧିକ ୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପଞ୍ଚାୟତ ସମିତି ପାଇଁ ପ୍ରାର୍ଥୀ ପତ୍ର ବ୍ଲକରେ ହୋଇଥିବା ବେଳେ ଏଥିରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧୀର କୁମାର ବେହେରା ସମସ୍ତ କାର୍ଯ୍ୟ ସମ୍ପାଦିତ କରିଥିବା ବେଳେ ଏଥିରେ ନିୟୋଜିତ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏଠାରେ ଶାନ୍ତି ଶୃଙ୍ଖଳା ପାଇଁ ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ ଙ୍କ ନେତୃତ୍ଵରେ ଆଇଆରବି ଯବାନ ମାନଙ୍କୁ ନିୟୋଜିତ କରାଜାଇଥିଲା

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories