ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । କୁବେର ଧନର ରକ୍ଷକ । ଏହି ପରି ହିନ୍ଦୁ ଧର୍ମରେ ବିଭିନ୍ନ ଦେବାଦେବୀ ଅଛନ୍ତି । ଏହି ଦେବା ଦେବୀଙ୍କର ପୂଜାର୍ଚ୍ଚନା କଲେ ବିଶେଷ ଯୋଗ ସୃଷ୍ଟି ହୋଇଥାଏ । ପୂଜା ବେଳେ କିଛି ବିଶେଷ ଦ୍ରବ୍ୟ ବ୍ୟବହାର କରାଯାଇ ଥାଏ । ଗୁଆକୁ ପୂଜା ବେଳେ ସଠିକ୍ ଉପାୟରେ ବ୍ୟବହାର କଲେ ବିଶେଷ ସୁଫଳ ଲାଭ ହୁଏ ।
ଗୋଟିଏ ଗୋଟା ଗୁଆକୁ ଦେବତଙ୍କ ପ୍ରତୀକ ସ୍ୱରୂପ ପୂଜା କରାଯାଇ ପାରିବ । ଏହି ଗୁଆରେ କୌଣସି ପ୍ରକାରର ଚିହ୍ନ ନଥିବ । ଆପଣଙ୍କ ଧନ ଲାଭରେ କୌଣସି ସମସ୍ୟା ଥିବ ତେବେ ଗୋଟା ଗୁଆକୁ ପୂଜା କରନ୍ତୁ ।
ପୂଜା କରିବାର ଉପାୟ
ଗୋଟା ଗୁଆକୁ ପୂର୍ଣ୍ଣିମା ତିଥିରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ।
କାମରେ ବାଧା ଆସୁଥିଲେ ଗଣେଶ ଚତୁର୍ଥୀରେ ଗଣେଶଙ୍କୁ ଗୁଆ ଅର୍ପଣ କରନ୍ତୁ । ଏଥିରେ ସଫଳତା ଲାଭ ହୁଏ ।
ସକାଳେ ସ୍ନାନ କରିବା ପରେ ମନ୍ଦିରରେ ଗଣେଶଙ୍କୁ ପାନରେ ଅକ୍ଷତ ଏବଂ ସିନ୍ଦୁରର ସ୍ୱସ୍ତିକ ଚିହ୍ନ କରି ଗୁଆ ରଖି ଏହାକୁ ବନ୍ଗ କରନ୍ତୁ ଏହାକୁ ଗଣେଶଙ୍କୁ ଲାଗି କରି ଘରକୁ ଆଣି ଟଙ୍କା ରହୁଥିବା ସ୍ଥଳରେ ରଖନ୍ତୁ ଏପରି କଲେ ସୁଫଳ ମିଳଥା ଥାଏ।



