ଲବଙ୍ଗରେ ଔଷୟୀୟ ଗୁଣ ଭରପୁର ମାତ୍ରାରେ ରହିଛି। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ଆଇରନ, କାର୍ବୋହାଇଡ୍ରେଟ୍ସ, ସୋଡିୟମ ଆଦି ରହିଛି। ଥଣ୍ଡା, କାଶରୁ ନେଇ ବିଭିନ୍ନ ପ୍ରକାର ରୋଗକୁ ଦୂର ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।
ଥଣ୍ଡା,କାଶ ଜନିତ ସମସ୍ୟା ହେଲେ ପାଟିରେ ଗୋଟା ଲବଙ୍ଗ ଖାଇଲେ ଖୁବ ଆରାମ ଅନୁଭବ ହୋଇଥାଏ। ଚା’ରେ ଲବଙ୍ଗ ପକାଇ ପିଇବା ଦ୍ୱାରା ଖୁବ ଲାଭ ମିଳିଥାଏ। ଏହି ଚା’ ଗଳାରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ।
ପେଟ ଜନିତ ବିଭିନ୍ନ ରୋଗ ଦୂର ପାଇଁ ଲବଙ୍ଗର ଖୁବ ସହାୟକ। ବଦହଜମି, ଗ୍ୟାସଟିକ, କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଲବଙ୍ଗ ଦୂର କରିଥାଏ।
ସକାଳ ଖାଲିପେଟରେ ଏକ ଗ୍ଲାସ ପାଣିରେ ଲବଙ୍ଗ ତେଲ କିଛି ବୁନ୍ଦା ପକାଇ ପିଇଲେ ଖୁବ ଆରାମ ମିଳିଥାଏ।
କିଛି ଲୋକଙ୍କ ପାଟି ଦୁର୍ଗନ୍ଧ ହୋଇଥାଏ। ସେମାନଙ୍କ ପାଇଁ ଲବଙ୍ଗ ଖୁବ ଭଲ। ସକାଳେ ପାଟିରେ ଗୋଟା ଲବଙ୍ଗ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଯେଉଁମାନଙ୍କ କେଶ ଝଡ଼ିବା ଜନିତ ସମସ୍ୟା ରହିଛି। ଏହି ସମସ୍ୟା ଦୂର କରିବା ପାଇଁ କେଶକୁ ଘନ କରିବା ପାଇଁ ଲବଙ୍ଗକୁ କିଛି ପାଣିରେ ପକାଇ ଉଷୁମ କରନ୍ତୁ। ସେହି ପାଣିରେ କେଶ ଧୁଅନ୍ତୁ।
ବଦହଜମି, ଗ୍ୟାସଟିକ, କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂର କରିଥାଏ ଲବଙ୍ଗ
Popular Categories



