www.samajalive.in
Wednesday, December 10, 2025
14.1 C
Bhubaneswar

ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢିବେ ଶିଶୁ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ “ଦୁଇ ପିଟାରା”ର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଠପଢା ଦୃଶ୍ୟପଟ୍ଟକୁ ଅଧିକ ଜୀବନ୍ତ କରିବା ଦିଗରେ ଏକ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ୩ ବର୍ଷରୁ୮ ବର୍ଷ ଶିଶୁଙ୍କ ପାଇଁ ଖେଳ ଆଧାରିତ ଶିକ୍ଷା ଶିଖିବା ଏବଂ ଶିଖାଇବାର ଉପକରଣ ଶୁଭାରମ୍ଭ ହୋଇଯାଇଛି ।

“ଯାଦୁଇ ପିାଟାରା” ଏଭଳି ଏକ ପଦକ୍ଷେପ, ଯେଉଁଥିରେ ପିଲାମାନେ ବିଭିନ୍ନ ଖେଳ, ଗୀତ, କାହାଣୀ ଏବଂ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନେ ପାଠ ପଢିବେ। ଜାତୀୟ ଶିକ୍ଷା ନୀତି ଆଧାରରେ ଯାଦୁଇ ପିଟାରା ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ) ଅଧୀନରେ ବିକଶିତ ହୋଇଥିବା ବେଳେ ଏହା ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ ରହିଛି। ନୂଆ ଶିକ୍ଷା ନୀତିର କଳ୍ପନାରେ ପାଠପଢା ଏବଂ ଶିକ୍ଷା ବାତାବରଣକୁ ସମୃଦ୍ଧ କରିବା ଏବଂ ଉଲ୍ଲାସର ସହ ପାଠପଢାକୁ ଶିଶୁ କୈନ୍ଦ୍ରିକ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ।

- Advertisement -

ସେ କହିଛନ୍ତି ଯେ ଶିକ୍ଷା ପିଲାଙ୍କୁ ଆଗକୁ ନେବାର ଚାବିକାଠି। ମାତ୍ର ଆମର ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଆମର ପିଢିକୁ ବୋଝ ଦେଇଥାଏ। ବର୍ତ୍ତମାନର ସମୟରେ ପିଲାଙ୍କୁ ଖେଳ ଓ କାହାଣୀ ଏବଂ ଅନ୍ୟାନ୍ୟ ଉପାୟରେ ଶିକ୍ଷା ଦେବା ଉଚିତ୍ । ଏହି ସବୁ କାହାଣୀ ପିଲା ମାନଙ୍କୁ କେବଳ ସଂଖ୍ୟା କିମ୍ବା ଅକ୍ଷର ପଢାଇବା ନୁହେଁ ବରଂ ସେମାନଙ୍କୁ ସାହସ ଏବଂ ନମ୍ରତାର ଶିକ୍ଷା ପ୍ରଦାନ କରିବ । ପିଲା ମାନଙ୍କର କ୍ରିଟିକାଲ ଥିଙ୍କିଂକୁ ବଢାଇବା ପାଇଁ ସରଳ ଉପାୟରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ। ଆମକୁ ଭାରତୀୟ ଭାଷାକୁ ବି ଆମକୁ ମହତ୍ୱ ଦେବାକୁ ପଡିବ।

ପିଲାଙ୍କୁ ବୁଝିବା ଭଳି ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବା ଦରକାର।ଏନସିଇଆରଟି ଟେକ୍ନୋଲୋଜିକୁ ଉପଯୋଗ କରି ସବୁ ଭାରତୀୟ ଭାଷାରେ ଯାଦୁଇ ପିଟାରାର ଉପକରଣକୁ ଅନୁବାଦ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହାସହ ସବୁ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ରେ ଉପଲବ୍ଧ କରିବା ପାଇଁ ସେ ଏନସିଇଆରଟିକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ପଦ୍ମବିଭୂଷଣ ଡ଼ା. କେ କସ୍ତୁରି ରଙ୍ଗନଙ୍କୁ ଧନ୍ୟବାଦ ଦେଇଥିଲେ ।ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଉପସ୍ଥିତ ଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories