www.samajalive.in
Sunday, December 7, 2025
23.1 C
Bhubaneswar

ବାଇକକୁ ଧକ୍କାଦେଲା ଟ୍ରକ; ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ସୀମାନ୍ତ ଭବାନୀପାଟଣା ଠାରୁ ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ୬ନଂ ରାଜପଥ ମୁନିଗୁଡା ଥାନା ଅନ୍ତର୍ଗତ ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକକୁ ପଛପଟୁ ଟ୍ରକ ଧକ୍କା ଦେବାରୁ ବାଇକରେ ବସିଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପୁଲିସ ମୁନିଗୁଡା ଡାକ୍ତର ଖାନାରେ ଭର୍ତ୍ତି କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା।
ମୁନିଗୁଡା ବ୍ଳକ ରାଣୀପିଣ୍ଡା ଗ୍ରାମର ଭଗବାନ ଦଣ୍ଡସେନା ମୁନିଗୁଡାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଲାଞ୍ଜିଗଡ଼ ସୀମାନ୍ତରେ ଥିବା ଅସୁରପଡାକୁ ଯିବା ପାଇଁ ପାତ୍ରଗୁଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଦୀପ୍ତି କାନ୍ଧପାଣି ସ୍କୁଲ ନିକଟରୁ ଲିଫ୍ଟମାଗି ବାଇକ୍ ରେ ଫେରୁଥିଲେ। ହେଲେ ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ବାଇକରେ ଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୁନିଗୁଡା ଓ ଅମ୍ବାଦଳା ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories