www.samajalive.in
Saturday, December 13, 2025
26.1 C
Bhubaneswar

ଓଲଟିଲା ଚାଉଳ ବୋଝେଇ ଟ୍ରକ, ଚାଳକ ଓ ସହଯୋଗୀ ଗୁରୁତର ଆହତ 

ଲାଞ୍ଜିଗଡ଼:ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ଲାଞ୍ଜିଗଡ଼ ବ୍ଳକ କିଡିଙ୍ଗ ଗାଁ ନିକଟସ୍ଥ ବେହେରା ପୋଲ ପାଲଟିଛି ମରଣଯନ୍ତା। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏବେ ଏହି ପୋଲ ଉପରେ ଆଜି ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲା ଭବାନୀପାଟଣା ଠାରୁ ବିଶାଖାପାଟଣା ପଟେ ଏକ (ସିଜି-୦୬-ଜିଜେଡ୍-୪୮୩୮) ଚାଉଳ ବୋଝେଇ ଟ୍ରକ ଆଜି ବେହେରା ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଏଥିରେ ଚାଳକ ଓ ସହଯୋଗୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା କଡରେ ଓଲଟି ପଡିଥିବା ବେଳେ ଗୁରୁତର ଆହତ ଚାଳକ ଓ ସହଯୋଗୀକୁ ଅନ୍ୟ ଟ୍ରକର ଚାଳକମାନେ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଛନ୍ତି। ସିକେରକୁପା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ପ୍ରତିଦିନ ଏଠାରେ ଛୋଟ ମୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ବର୍ତମାନ ପର୍ୟ୍ୟନ୍ତ କଳାହାଣ୍ଡି ପୂର୍ତ୍ତବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ବେହେରା ପୋଲ ଏବେ ମରଣଯନ୍ତା ପାଲଟିଥିବା ବେଳେ ଲୋକଙ୍କ ପାଇଁ କାଳ ସାଜିଛି।  କଳାହାଣ୍ଡି ଜିଲା ପୂର୍ତ୍ତବିଭାଗ ପକ୍ଷରୁ ବେହେରା ପୋଲ ନିକଟରେ ଥିବା ବୁଲାଣି ଜାଗାକୁ ଚିହ୍ନଟ କରିବା ସହିତ ତୁରନ୍ତ ପଦକ୍ଷେପ ନେବା ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ବିଭାଗୀୟ ପକ୍ଷରୁ କୋୖଣସି ପଦକ୍ଷେପ ନିଆଯାଇନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories