www.samajalive.in
Wednesday, December 10, 2025
16.1 C
Bhubaneswar

କନ୍ଧବୋରିରେ ସମ୍ପନ୍ନ ହେଲା ଆଦିବାସୀଙ୍କ ଅନନ୍ୟ ଟୋକୀ ପର୍ବ 

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗାଁରେ ଆଦିବାସୀଙ୍କ ଅନନ୍ୟ ପରମ୍ପରା ଟୋକିମରା ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପୌଷ ମାସରେ ଅନୁଷ୍ଠିତ ହେଉଥିବା ଏହି ପର୍ବକୁ ନେଇ ଆଦିମ ଅଧିବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ବ୍ଲକର ଦୁର୍ଗମ ଅଞ୍ଚଳ କନ୍ଧବୋରି ଗାଁର ଆଦିବାସୀଙ୍କ ଦ୍ୱାରା ଏହି ପର୍ବ ମହା ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି।
ଏଥିପାଇଁ ଆଦିବାସୀ ସଂପ୍ରଦାୟ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା। ଗାଁର ଧରଣୀ ପୀଠକୁ ବାଉଁଶରେ ସଜାଯିବା ସହିତ ବର୍ଷ ତମାମ ନିଜ ପରିଶ୍ରମରେ ଉତ୍ପାଦିତ ଶସ୍ୟକୁ ଧରଣୀ ଦେବୀ ଅର୍ପଣ ତଥା ମାଟି ଦେବତାଙ୍କୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଭଲ ଚାଷବାସ ସହିତ ପରିବାର ଓ ଗୃହ ପାଳିତ ପଶୁଙ୍କ ମଙ୍ଗଳ କାମନା ପୂର୍ବକ ପାଳିତ ହେଉଥିବା ଏହି ପର୍ବ ତିନି ବର୍ଷରେ ଥରେ ପାଳନ କରାଯାଇଥାଏ। କନ୍ଧବୋରିରେ ଏହି ପର୍ବ ପାଳନ କରାଯିବା ପୂର୍ବରୁ ଗାଁ ଗୌନ୍ତିଆ ଗୋବିନ୍ଦ ମାଝୀ ବିଭିନ୍ନ ଅଂଚଳରୁ ଜାନୀମାନଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ୭ ଜଣ ଜାନୀ ପୂଜାର ଦିନକ ଆଗରୁ ଆସି ଧରଣୀ ଗୁଡ଼ିରେ ଧୂପ ଦୀପ ଜାଳିବା ସହ ଧରଣୀ ଦେବୀ ତଥା ପାର୍ଶ୍ଵ ଦେବତାମାନଙ୍କୁ କୁଇ ଭାଷାରେ ମନ୍ତ୍ର ଉଚ୍ଚାରଣ କରି ଅହୋରାତ୍ର ଆବାହନ କରିଥିଲେ।
ଦିବାରାତ୍ର ପୂର୍ବପୁରୁଷ, ଦେବାଦେବୀଙ୍କୁ ଆବାହନ ପରେ ଆଜି ଗାଁ ମଝିରେ ଥିବା ଧରଣୀ ଗୁଡ଼ିରେ ଆଦିବାସୀମାନେ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରି ଧରଣୀ ଦେବୀଙ୍କୁ ଶାନ୍ତ କରିବା ପାଇଁ ପୋଢ଼ବଳି ଦେଇଥିଲେ। ଏହି ପୂଜାରେ ଜାନୀ ବାୟା ମାଝୀ, ପୁଙ୍ଗୁରି ମାଝୀ, ଚନ୍ଦ୍ର ମାଝୀ, ସମ୍ବା ମାଝୀ, ଋଷି ମାଝୀ, ଶୁକ୍ରୁ ମାଝୀ ପ୍ରମୁଖ ପୂଜାର୍ଚ୍ଚନାରେ ସାମିଲ ଥିବାବେଳେ ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କାନକୁଟରୁ ସମିତି ସଭ୍ୟ ମନୋହର ହରପାଲ, ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି କୈଳାସ ସାହୁ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ରମେଶ ନାୟକ ପ୍ରମୁଖ ଉପସ୍ଥିତ ରହି ଧରଣୀ ଦେବୀଙ୍କ ଆଶୀର୍ବାଦ ଲାଭ କରିଥିଲେ। କାନକୁଟ୍ରୁ ସରପଞ୍ଚ ବନମାଳି ମାଝୀଙ୍କ ନେତୃତ୍ୱରେ କନ୍ଧବୋରି ଗ୍ରାମବାସୀ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories