www.samajalive.in
Monday, December 8, 2025
27.1 C
Bhubaneswar

ଦଶାହ କାମକୁ ଯିବା ବାଟରେ ଚାଲିଗଲା ଜୀବନ

ଭଦ୍ରକ : ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ମଧ୍ଯାହ୍ନ ସମୟରେ ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ବାଇକରେ ଯାଉଥିବା ୩ ଜଣ ଆରୋହୀଙ୍କୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇ ଚାଲିଗଲା। ଘଟଣାସ୍ଥଳରେ ତିନିଜଣଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ତିହିଡି ଭଟପଡା ଗ୍ରାମର ତିନିଜଣ ଯୁବକ ଜିତୁ ପ୍ରଧାନ, ବାପି ପ୍ରଧାନ ଓ ଶଂକୁର ପ୍ରଧାନ ଏକ ଦଶାହ କାମରେ ଯୋଗ ଦେବାପାଇଁ ଏକ ବାଇକ ଯୋଗେ ସୋର ଯାଉଥିଲା ବେଳେ ୧୬ ନମ୍ୱର ଜାତୀୟ ରାଜପଥ ର ରାଣୀତାଲ ହାଇଟେକ କଲେଜ ପାଖରେ ପଛରୁ ଏକ ଅଜଣା ଟ୍ରକ ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇ ଥିଲା। ଖବର ପାଇ ଗ୍ରାମଞ୍ଚଳ ପୋଲିସ ପହଂଚିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories