www.samajalive.in
Thursday, December 11, 2025
15.1 C
Bhubaneswar

ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ, କଂସ ବଧ ସହ ଉଗ୍ରସେନଙ୍କ ରାଜ୍ୟାଭିଷେକ 

ଲାଞ୍ଜିଗଡ: ପୋଖରୀବନ୍ଧ଼ରେ ଶିତର ଲହରି ଖେଳୁଥିବାବେଳେ ଦୀର୍ଘ ୭ଦିନ ଧରି ଶୀତୁଆ ସନ୍ଧ୍ୟାରେ ଧନୁଯାତ୍ରାର ମଜାନେଉଥିଲେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳବାସୀ। ମିନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଇଥିଲେ ଦେଖଣାହାରି। ହେଲେ ଦେଖୁ ଦେଖୁ ୭ଦିନ ବିତିଯାଇଥିଲା ଧନୁଯାତ୍ରା ଓ  କଂସ ନିଧନ ଶେଷ ହୋଇଥିଲା ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ। ପୋଖରୀବନ୍ଧରେ଼ ହୋଇଥିବା ଏହି ଧନୁଯାତ୍ରା ମହୋତ୍ସବ କଂସ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ପ୍ରଧାନଙ୍କ ଚମତ୍କାର ଅଭିନୟ ଓ ରାଜ ନର୍ତ୍ତକିମାନଙ୍କର ମାଦକଭରା ନୃତ୍ୟ ଦେଖଣାହାରିଙ୍କର ମନମୋହିଥିବାବେଳେ ଆଜି ସପ୍ତମଦିନରେ ଅଧର୍ମ ଉପରେ ଧର୍ମର ବିଜୟ ହେବା ସହ ସତ୍ୟ ଓ ଧର୍ମ ପଥରେ ଆଗେଇ ଯିବାକୁ ସମସ୍ତ ଜଗତବାସୀଙ୍କୁ ଏହି ଧନୁଯାତ୍ରା ପ୍ରେରଣା ଦେଇଛି।
ଉତ୍ସବର ଅନ୍ତିମ ଦିବସରେ କଂସବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଦେଖିବାକୁ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ। ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଧନୁଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ଅତ୍ୟାଚାରୀ କଂସଙ୍କ ଅତ୍ୟାଚାରରୁ ଜଗତବାସୀଙ୍କୁ ଉଦ୍ଧାର କରିବା ପାଇଁ କୃଷ୍ଣ ଅବାତରରେ ସ୍ୱୟଂ ଗୋଲକ ବିହାରୀ ବିଷ୍ଣୁ ଗୋପପୁରରେ ଜନ୍ମ ଗ୍ରହଣ କରିଥିଲେ। ଅପର ପକ୍ଷରେ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସ ମଥୁରାରେ ଛଳନାର ଧନୁଯାତ୍ରା ଆରମ୍ଭ କରି ସେଠାକୁ କୃଷ୍ଣ ବଳରାମଙ୍କୁ ଅକ୍ରୂରଙ୍କ ଦ୍ୱାରା ଡକାଇଥିଲେ। ଦୁଇଭାଇଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରି ତ୍ରିସ୍ତରୀୟ ବ୍ୟବସ୍ଥା କରିଥିଲେ । ପ୍ରଥମେ ରହିଥିଲା କୁବଳୟା ହସ୍ତୀ, ଦ୍ୱିତୀୟରେ ଚାଣୁର ଓ ମୁଷ୍ଟିକ। ଏହାପରେ ଅଷ୍ଟମଲ୍ଲବୀର,ମନ୍ତ୍ରୀ ଓ ସେନାପତିଙ୍କ ସହ କଂସାସୁର ପ୍ରମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିଲେ। ସେହିପରି ମଥୁରା କଟକ ଭ୍ରମଣ କରିବା ସମୟରେ କୃଷ୍ଣ ବଳରାମ କୁବଳୟା ହସ୍ତୀ ବଧ, ଚାଣୁର ମୁଷ୍ଟିକଙ୍କୁ ହତ୍ୟା କରିବା ପରେ ସେନାପତି, ମନ୍ତ୍ରୀ ତଥା ସୈନ୍ୟବଳଙ୍କ ସହ ଭୀଷଣ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିଥିଲେ।
ଏହାପରେ କୃଷ୍ଣ ଓ ବଳରାମଙ୍କ ସହ ସମ୍ମୁଖ ଯୁଦ୍ଧ କରିନପାରି କଂସ ମଧ୍ୟ ଜୀବନ ହାରିଥିଲା । କଂସ ମାମୁଁ ଜୀବନ ହାରିବା ପରେ କୃଷ୍ଣ ବଳରାମ ମାତା ଦେବକୀ ଓ ପିତା ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିବା ସହ ଉଗ୍ରସେନଙ୍କ ରାଜ୍ୟାଭିଷେକ କରିଥିଲେ । ଅନ୍ତିମ ଦିବସରେ କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ମୁଖ୍ୟବକ୍ତା ଭାବେ ଯୁବ ସାମ୍ବାଦିକ ସନ୍ତୋଷ କୁମାର ତୁଳ,ଲାଞ୍ଜିଗଡରୋଡ ପୁର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଧନୁଯାତ୍ରା କମିଟିର ସଭାପତି ରମେଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସମ୍ପାଦକ ସନାତନ ବିଶି,ପୋଖରୀବନ୍ଧ ଗ୍ରାମପଞ୍ଚାୟତ ଯୋଗାଣ ସହାୟକ କୁଳମଣି ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଧାରଣ ସମ୍ପାଦକ ଭବାନୀ ଶଙ୍କର ବାଣୁଆ ଓ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ଧନୁଯାତ୍ରା ପରିଚାଳନାରେ ସହଯୋଗ କରିଥିବା ବେଳେ ଗୋପାଳଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଲାଞ୍ଜିଗଡ ପ୍ରେସକ୍ଲବ ଓ ପିଇଡବ୍ଲୁ ମିଡିଆ ଆସୋସିଏସନକୁ ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories