www.samajalive.in
Wednesday, December 10, 2025
26.1 C
Bhubaneswar

ବାଇକ ସ୍କୋରପିଓ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ରାମଗିରି : ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ରାୟଗଡ ବ୍ଳକ ମଣ୍ଡଳସାହି ନିକଟସ୍ଥ ରାଇକା ସାହି ଗ୍ରାମ ନିକଟରେ ଆଜି ସଂନ୍ଧ୍ୟା ସମୟରେ ମର୍ମାନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଏକ ସହ ସ୍କୋରପିଓ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଭାବେ ଆହାତ ହୋଇଛନ୍ତି।‌ ଆହତ ବ୍ୟକ୍ତି ଜଣକ ହେଲେ ଜିରାଙ୍ଗ ପଞ୍ଚାୟତର ରଙ୍ଗପଥର ଗ୍ରାମର ଢେମା ଶବର (୪୧) । ସ୍ଥାନୀୟ ଲୋକେ ଆହତ ଢେମାଙ୍କୁ ପ୍ରଥମେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରିଛନ୍ତି ଡ଼ାକ୍ତର ସାଗର କୁମାର ନାୟକ।
ଆଜି ଢେମା ଶବର ରାମଗିରି ପଟୁ ନିଜ ଗାଁକୁ ହିରୋ ଏଚ ଏଫ ଡିଲକ୍ସ (ଓଡି୨୦ଏ ୬୨୬୧)ବାଇକ ଯୋଗେ ଯାଉଥିଲେ । ତେବେ ମଣ୍ଡଳସାହି ନିକଟସ୍ଥ ରାଇକା ସାହି ଗ୍ରାମ ନିକଟରେ ବିପରୀତ ଦିଗକୁ ଆସୁଥିବା ଏକ ସ୍କୋରପିଓ (ଓଡି୦୭ଏନ ୨୫୨୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ସ୍ଥାନୀୟ ଲୋକେ ରାମଗିରି ଥାନାକୁ ଖବର ଦେବା ପରେ ଥାନାଧିକାରୀ ଲୋକନାଥ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆହାତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାମଗିରି ମେଡିକାଲ କୁ ଆଣିଥିଲେ। ଅପରପକ୍ଷରେ ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ରାମଗିରି ପୁଲିସ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories