www.samajalive.in
Sunday, December 14, 2025
16.1 C
Bhubaneswar

ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ମୃତ୍ୟୁ

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଭାସମାନ ଅବସ୍ଥାରେ ଣେ ଯୁବକଙ୍କ ମୃତଦେହକୁ ଆଜି  ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫଗାର୍ଡଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ପରିଚୟ ଜଣା ପଡିନଥିବା ବେଳେ ପୁଲିସ ପକ୍ଷରୁ ବ୍ରହ୍ମପୁର ବଡ ମେଡିକାଲ ଶବାଗୃହ ପରିସରରେ ମୃତଦେହ ରଖାଯାଇଛି। ପର୍ଯଟନ ଋତୁ ଚାଲିଥିବା ବେଳେ ଗୋପାଳପୁରରେ ପର୍ଯ୍ୟଟକଙ୍କ ଭିଡ ଜମିଛି। ପର୍ଯ୍ୟଟକମାନେ ପରିବାର ସଦସ୍ୟଙ୍କ ସହ ସମୁଦ୍ରରେ ସ୍ନାନ କରି ମଜା ନେଉଛନ୍ତି ।
ଆଜି ହୋଟେଲ ସି ସାଇଡ୍ ବ୍ରିଜ ପଛ ପଟ ସମୁଦ୍ରରେ ପର୍ଯ୍ୟଟକମାନେ ଗାଧୋଉଥିବା ବେଳେ ଜଣେ ୨୦ ବର୍ଷିୟା ଯୁବକ ସେଠାରେ ପହଞ୍ଚି ଗାଧୋଉଥିବା ବେଳେ ଅଚାନକ ସମୁଦ୍ର ସ୍ରୋତରେ ନିଖୋଜ ହୋଇ ଯାଇଥିଲେ। ଘଟଣା ନେଇ ସେଠାରେ ସ୍ନାନ କରୁଥିବା କିଛି ବଙ୍ଗୀୟ ପର୍ଯ୍ୟଟକ ବେଳାଭୂମି ସୁରକ୍ଷା ଦାୟିତ୍ବରେ ରହିଥିବା ଲାଇଫଗାର୍ଡ ଜି ଚିଟିବାବୁଙ୍କୁ ଅବଗତ କରାଇଥିଲେ। ଖବର ପାଇ ତୁରନ୍ତ ସୁରକ୍ଷା ସାମଗ୍ରୀ ସହ ଉକ୍ତ ସ୍ଥାନରେ ପହଞ୍ଚି ଖୋଜା ଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳି ପାରିନଥିଲା। ଏହି ସମୟରେ ଅଚାନକ ପାଣିରେ ଯୁବକଙ୍କ ମୃତଦେହ ଭାସମାନ ଅବସ୍ଥାରେ ଦେଖି ତାକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ଯୁବକ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ଯୁବକଙ୍କ ନାକ ଓ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଥିଲା। ବେଳାଭୂମିରେ ଖୋଜାଖୋଜି ସମୟରେ ଅନତି ଦୂରରେ ଏକ ସାଇକେଲ ସହ ଯୁବକଙ୍କ ଏକ ସାର୍ଟ ମିଳିଥିଲା।
ଘଟଣା ନେଇ ଥାନାରେ ଅଭିଯୋଗ ପରେ  ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଥାନାରେ  ୩୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଯୁବକ ଜଣଙ୍କ ବୟସ ପ୍ରାୟ ୧୮ ରୁ ୨୦ ବର୍ଷ  ପରିଚୟ ମିଳି ନାହିଁ। ତାଙ୍କର ମୃତଦେହକୁ ଶବ ଗୃହରେ ରଖାଯାଇଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି। ମୃତ ଯୁବକ ଆଣିଥିବା ସାଇକଲକୁ ପୁଲିସ ଜବତ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories