www.samajalive.in
Wednesday, December 10, 2025
26.1 C
Bhubaneswar

ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ମୃତ୍ୟୁ

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଭାସମାନ ଅବସ୍ଥାରେ ଣେ ଯୁବକଙ୍କ ମୃତଦେହକୁ ଆଜି  ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫଗାର୍ଡଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ପରିଚୟ ଜଣା ପଡିନଥିବା ବେଳେ ପୁଲିସ ପକ୍ଷରୁ ବ୍ରହ୍ମପୁର ବଡ ମେଡିକାଲ ଶବାଗୃହ ପରିସରରେ ମୃତଦେହ ରଖାଯାଇଛି। ପର୍ଯଟନ ଋତୁ ଚାଲିଥିବା ବେଳେ ଗୋପାଳପୁରରେ ପର୍ଯ୍ୟଟକଙ୍କ ଭିଡ ଜମିଛି। ପର୍ଯ୍ୟଟକମାନେ ପରିବାର ସଦସ୍ୟଙ୍କ ସହ ସମୁଦ୍ରରେ ସ୍ନାନ କରି ମଜା ନେଉଛନ୍ତି ।
ଆଜି ହୋଟେଲ ସି ସାଇଡ୍ ବ୍ରିଜ ପଛ ପଟ ସମୁଦ୍ରରେ ପର୍ଯ୍ୟଟକମାନେ ଗାଧୋଉଥିବା ବେଳେ ଜଣେ ୨୦ ବର୍ଷିୟା ଯୁବକ ସେଠାରେ ପହଞ୍ଚି ଗାଧୋଉଥିବା ବେଳେ ଅଚାନକ ସମୁଦ୍ର ସ୍ରୋତରେ ନିଖୋଜ ହୋଇ ଯାଇଥିଲେ। ଘଟଣା ନେଇ ସେଠାରେ ସ୍ନାନ କରୁଥିବା କିଛି ବଙ୍ଗୀୟ ପର୍ଯ୍ୟଟକ ବେଳାଭୂମି ସୁରକ୍ଷା ଦାୟିତ୍ବରେ ରହିଥିବା ଲାଇଫଗାର୍ଡ ଜି ଚିଟିବାବୁଙ୍କୁ ଅବଗତ କରାଇଥିଲେ। ଖବର ପାଇ ତୁରନ୍ତ ସୁରକ୍ଷା ସାମଗ୍ରୀ ସହ ଉକ୍ତ ସ୍ଥାନରେ ପହଞ୍ଚି ଖୋଜା ଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳି ପାରିନଥିଲା। ଏହି ସମୟରେ ଅଚାନକ ପାଣିରେ ଯୁବକଙ୍କ ମୃତଦେହ ଭାସମାନ ଅବସ୍ଥାରେ ଦେଖି ତାକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ଯୁବକ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ଯୁବକଙ୍କ ନାକ ଓ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଥିଲା। ବେଳାଭୂମିରେ ଖୋଜାଖୋଜି ସମୟରେ ଅନତି ଦୂରରେ ଏକ ସାଇକେଲ ସହ ଯୁବକଙ୍କ ଏକ ସାର୍ଟ ମିଳିଥିଲା।
ଘଟଣା ନେଇ ଥାନାରେ ଅଭିଯୋଗ ପରେ  ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଥାନାରେ  ୩୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଯୁବକ ଜଣଙ୍କ ବୟସ ପ୍ରାୟ ୧୮ ରୁ ୨୦ ବର୍ଷ  ପରିଚୟ ମିଳି ନାହିଁ। ତାଙ୍କର ମୃତଦେହକୁ ଶବ ଗୃହରେ ରଖାଯାଇଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି। ମୃତ ଯୁବକ ଆଣିଥିବା ସାଇକଲକୁ ପୁଲିସ ଜବତ କରିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories