www.samajalive.in
Monday, December 8, 2025
14.1 C
Bhubaneswar

ଲାଞ୍ଜିଗଡରେ ସେରୋସର୍ଭେ,ମସ୍କାପଦର ଓ ଜଗନ୍ନାଥପୁରରେ ରକ୍ତ ନମୁନା ସଂଗ୍ରହ

ଲାଞ୍ଜିଗଡ଼ : ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଆଇସିଏମ୍ଆର ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସେରୋସର୍ଭେ କରାଯାଉଥିବା ବେଳେ ଆଜି ଲାଞ୍ଜିଗଡ ବ୍ଲକ ମସ୍କାପଦର ଓ ଜଗନ୍ନାଥପୁର ଠାରେ ଏହି ସର୍ଭେ କରାଯାଇଛି। ଏଥିରେ ଏକ ଚାରି ଜଣିଆ ଟିମ୍ ଆସି ସର୍ଭେ କାର୍ଯ୍ୟ କରିଥିଲେ। ମସ୍କାପଦର ଓ ଜଗନ୍ନାଥପୁରର ୮୦ଜଣଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲା ସ୍ୱାସ୍ଥ୍ୟବିଭାଗ। କୋଭିଡ ଟିକା ପରେ ଲୋକଙ୍କ ଶରୀରରେ କେତେ ପରିମାଣରେ ଆଣ୍ଟିବଡି ଗଠନ ହୋଇପାରିଛି ସେ ଉଦେ୍ଧଶ୍ୟରେ ଏହି ସର୍ଭେ କରାଯାଉଥିବା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି। ୬ବର୍ଷରୁ ଅଧିକ ବୟସର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏହି ସର୍ଭେରେ ରକ୍ତ ନମୁନା ସଂଗ୍ରହ କରାଯାଉଛି। ରାଜ୍ୟରେ କରୋନାର ଦ୍ୱିତୀୟ ତରଙ୍ଗରେ ଅଧିକ ଭୟବହତା ଦେଖା ଦେଇଥିବା ବେଳେ ଏବେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏହି ତୃତୀୟ ତରଙ୍ଗ ପୁର୍ବରୁ ସେରୋସର୍ଭେ ଆରମ୍ଭ ହୋଇଛି। ଏହି ସେରୋସର୍ଭେରେ ଭୁବନେଶ୍ୱରରୁ ଆସିଥିବା ଆଇସିଏମ୍ଆରର ରିସର୍ଚ ଅଫିସର ଦେବାଶିଷ ମିଶ୍ର,ଲେବ ଟେକନିସିଆନ ମନରଞ୍ଜନ ପରିଡା ଓ ବନିତା ଭଳ,ଡାଟା ଏଣ୍ଟ୍ରି ଅପରେଟର ମିତାଞ୍ଜଳି ଖୁଣ୍ଟିଆ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ସଂଗ୍ରହ କରି ରକ୍ତନମୁନା ନେଇଥିଲେ। ଲାଞ୍ଜିଗଡ ବ୍ଲକ ଚିକିତ୍ସାଧିକାରୀ ଭବାନୀ ଶଙ୍କର ଲେଙ୍କାଙ୍କ ତତ୍ୱାବଧାନରେ ଏହି ସେରୋସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିପିଏମ୍ଓ ସୁରଜିତ ସିଂ,ଦିବାକର ପ୍ରଧାନ ଓ ସ୍ୱାସ୍ଥ୍ୟକର୍ମି ଓ ଆଶାକର୍ମି ମାନେ ଏଥିରେ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories