ଡେରାଡୁନ: କେଦାରନାଥ ଧାମ ପାଦଚଲା ରାସ୍ତାରେ ବୁଧବାର ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି ଏବଂ ତାଙ୍କର ସନ୍ଧାନ ଜାରି ରହିଛି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, କେଦାରନାଥ ଧାମ ପାଦଚଲା ପଥରେ ଆଜି ପୂର୍ବାହ୍ନ ପ୍ରାୟ ୧୧.୨୦ ସମୟରେ ଜଙ୍ଗଲଚଟ୍ଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା। ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।



