www.samajalive.in
Monday, December 8, 2025
27.1 C
Bhubaneswar

‘ଲାଲାଜୀଙ୍କ ସ୍ବପ୍ନ ରୂପାୟନ ଆମ ଦାୟିତ୍ବ’: ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜ୍‌ପତ ରାୟଙ୍କ ବଳିଦାନ ଦିବସ

କଟକ: ରାଷ୍ଟ୍ର ପାଇଁ କାମ କରିବାରେ ଲାଲା ଲଜ୍‌ପତ ରାୟ ଥିଲେ ଜଣେ ସମର୍ପିତ ଦେଶଭକ୍ତ। ତାଙ୍କ ଭଳି ଦେଶପ୍ରେମୀ ତଥା ସମାଜସେବୀ ଦୁର୍ଲଭ। ଦେଶରୁ ବ୍ରିଟିଶ ସରକାରକୁ ହଟାଇବା ସହ ସମାଜରୁ ଅସ୍ପୃଶ୍ୟତା, ଜାତି ଭେଦଭାବ ଦୂର କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ସ୍ବାଧୀନତାର ଏତେ​‌ ବର୍ଷ ପରେ ଆଜି ମହିଳା ସଶକ୍ତୀକରଣ କଥା କୁହାଯାଉଥିବାବେଳେ ତତ୍କାଳୀନ ସମୟରେ ଲାଲାଜୀ ଏ ଦିଗରେ କାର୍ଯ୍ୟ କରୁଥିଲେ। ଜଣେ ଦୂରଦ୍ରଷ୍ଟା ଭାବେ ସେତେବେଳେ ବ୍ୟାଙ୍କ ପ୍ରତିଷ୍ଠା ଏବଂ ବୀମା ଭଳି ବିଭିନ୍ନ ବ୍ୟବସ୍ଥା ବିଷୟରେ ଚିନ୍ତା କରୁଥିଲେ। ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସେ ଦେଶ ପାଇଁ ଲଢ଼ିଥିଲେ, ତାହା ଆଜି ବି ସାଧିତ ହୋଇପାରିଛି କି ନାହିଁ ଆମେ ନିଜକୁ ପ୍ରଶ୍ନ କରିବା ଦରକାର। ତାଙ୍କର ସେହି ଲକ୍ଷ୍ୟ ଏବଂ ସ୍ବପ୍ନକୁ ରୂପାୟିତ କରିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଡ.ସତ୍ୟ ରାୟ କହିଛନ୍ତି।

ବକ୍ସି ବଜାରସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ କାର୍ଯ୍ୟାଳୟରେ ଲୋକସେବକ ମଣ୍ଡଳ ପକ୍ଷରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଲାଲା ଲଜ୍‌ପତ ରାୟଙ୍କ ବଳିଦାନ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଡ. ସତ୍ୟ ରାୟ କହିଲେ ଯେ, ଲାଲାଜୀ ଆଇନ ପାଠ ପଢ଼ିଥିଲେ। ଏହାସତ୍ତ୍ବେ ତାଙ୍କୁ ମିଳିଥିବା ଉପାଧିକୁ ସେ ତୁଚ୍ଛ ମନେ କରିଥିଲେ। ରାଷ୍ଟ୍ର ପାଇଁ କାମ କରିବାକୁ ସେ ନିଜକୁ ସମର୍ପି ଦେଇଥିଲେ। ଲୋକସେବକ ମଣ୍ଡଳ ହେଉଛି ତାଙ୍କ ବଳିଷ୍ଠ ଅବଦାନ। ସେହି ମହାନ ଅନୁଷ୍ଠାନ ଦ୍ବାରା ‘ସମାଜ’ ପରିଚାଳିତ ହେବା ଗୌରବର ବିଷୟ। ତେଣୁ ‘ସମାଜ’ ଏବଂ ଲୋକସେବକ ମଣ୍ଡଳର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିଲେ ତାହା ହିଁ ହେବ ଲାଲାଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଡ.ରାୟ କହିଥିଲେ।

- Advertisement -

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା କହିଲେ, ଲାଲା ଲଜ୍‌ପତ ରାୟ ହେଉଛନ୍ତି ସାହସ ଏବଂ ବୀରତ୍ବର ପ୍ରତୀକ। ବ୍ରିଟିଶ ଶାସନକୁ ଭାରତରୁ ଲୋପ ପାଇଁ ମାର ଅବା ମର ଭଳି ନାରା ଦେଉଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଲାଲାଜୀଙ୍କ ଚିନ୍ତାଧାରା ସମାନ ରହିଥିଲା। ଦେଶ ସ୍ବାଧୀନ ସହ ସମାଜସେବା ତାଙ୍କ ଠାରେ ପ୍ରତିଫଳିତ ହେଉଥିଲା। ସମଭାବାପନ୍ନ ଭାବେ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ଜେନା ମତ ଦେଇଥିଲେ। ‘ସମାଜ’ର ସମ୍ପାଦକ ତଥା କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇ ଲାଲାଜୀ ନୂଆ ଭାରତର ସ୍ବପ୍ନ ଦେଖିଥିଲେ। ଯେଉଁଥିରେ କେବଳ ଲକ୍ଷ୍ୟ ଥିଲା ସ୍ବାଧୀନତା, ସୁରକ୍ଷା ଏବଂ ସମୃଦ୍ଧି ବୋଲି ଶ୍ରୀ ମିଶ୍ର କହିଥିଲେ। ଲାଲାଜୀ ସ୍ପଷ୍ଟବାଦୀ ତଥା ସ୍ପଷ୍ଟ ଚିନ୍ତାଧାରାର ନାୟକ ଥିଲେ। ଆଜି ବ୍ୟକ୍ତିଗତ ଜୀବନ ସହ ଖବରକାଗଜରେ ତାହା ପ୍ରତିଫଳିତ କରିବାର ପ୍ରାସଙ୍ଗିକତା ରହିଛି ବୋଲି ‘ସମାଜ’ ଡିଜିଟାଲ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଧନ୍ୟବାଦ ଦେଇ ମତ ପ୍ରକାଶ କରିଥିଲେ। ‘ସମାଜ’ର କାର୍ଯ୍ୟବାହୀ ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ ସଭା ସଞ୍ଚାଳନ କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories