www.samajalive.in
Sunday, December 14, 2025
26.1 C
Bhubaneswar

ଯଦୁ ଦଳପତି ହତ୍ୟା ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ, ଜଣେ ଫେରାର

ଲଡୁଗାଁ: ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଂଚାୟତ ମୁନୁଗାପଦର ଗ୍ରାମର ଯଦୁ ଦଳପତି ହତ୍ୟା ମାମଲାରେ ସୋମବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟୀକରଣ ଦେଇଛି ପୁଲିସ। ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜଣେ ଫେରାର ଥିବା ସୂଚନା ଦେଇଛନ୍ତି ଏସଡିପିଓ। ସବୁଦିନ ଯଦୁ ଦଳପତି ମଦ୍ୟପାନ କରି ପରିବାର ଲୋକଙ୍କ ଉପରେ କୁଆଡେ଼ ଅତ୍ୟାଚାର କରୁଥିଲା, ସ୍ତ୍ରୀକୁ ଗାଳି ଗୁଲଜ କରୁଥିଲା, ମାଡ ବି ମାରୁଥିଲା। ଯାହାଫଳରେ ଅତିଷ୍ଠ ହୋଇ ପରିବାର ଲୋକ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି।

ସୂଚନା ମୁତାବକ, ଗତ ୭ ତାରିଖ ଶୁକ୍ରବାର ରାତିରେ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଂଚାୟତ ମୁନୁଗାପଦର ଗ୍ରାମର ଯଦୁ ଦଳପତି(୫୦)ଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି ଦୁଇପୁଅ ଧନେଶ୍ୱର ଦଳପତି(୩୦) ଫକୀର ଦଳପତି(୨୦), ଜ୍ୱାଇଁ କ୍ଷୀରସିନ୍ଧୁ ନାଗ(୩୭) ମିଶି ହତ୍ୟା କରିବା ସହ ଘର ବାଡ଼ିରେ ମାଟି ଖୋଳି ପୋତି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ମତାମତକୁ ଭିତ୍ତିକରି ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ ନିମନ୍ତେ ସ୍ଥାନୀୟ ସରପଞ୍ଚ ହରିପ୍ରିୟ ନାଗ ପୁଲିସ ନିକଟରେ ଖବର ଦେବା ପରେ ଆମପାଣି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକ୍କା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ତଦନ୍ତପୂର୍ବକ ମୃତକଙ୍କ ସ୍ତ୍ରୀ, ସାନ ପୁଅ ଓ ଜ୍ୱାଇଁକୁ ଗିରଫ କରି ଥାନାକୁ ଆଣି ଜେରା କରିଥିଲେ।

- Advertisement -

ଅନ୍ୟପଟେ ଘଟଣା ପରେ ମୃତକଙ୍କ ବଡ଼ପୁଅ ଫେରାର ହେବା ଘଟଣାକୁ ସନ୍ଦେହ ଘେରକୁ ଆଣିଥିଲା। ଶନିବାର ସନ୍ଧ୍ୟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରାଙ୍କ ତଦନ୍ତରେ ସାଇଣ୍ଟିଫିକ ଦଳ ମୃତଦେହ ପୋତା ହୋଇଥିବା ସ୍ଥାନକୁ ଖୋଳାଯାଇ ଘଟଣାସ୍ଥଳରେ ପଞ୍ଚନାମା ପରେ ଉପସ୍ଥିତ ଡାକ୍ତର ବ୍ୟବଚ୍ଛେଦ କରିଥିଲେ। ଆଜି ଏହି ଘଟଣାରେ ପୁଲିସ ସ୍ପଷ୍ଟୀକରଣ ରଖିବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟାକାଣ୍ଡର ସମସ୍ତ ସୂଚନା ଦେଇଛି। ଘଟଣା ଦିନ ମଧ୍ୟ ମଦପିଇ ସ୍ତ୍ରୀ ରୁକ୍ମଣୀକୁ ଗାଳିଗୁଲଜ ଓ ମାଡ଼ ମାରିବା ଦେଖି ଦୁଇପୁଅ ବାପାକୁ ଏକ ଦଉଡ଼ି ସାହାଯ୍ୟରେ ଗୋଡ଼ ଓ ବେକକୁ ବାନ୍ଧି ମାଡି ବସିବା ସହ ଏକ କାଠ ଠେଙ୍ଗାରେ ମୁଣ୍ଡରେ ପ୍ରହାର କରିବା ଦ୍ୱାରା ଘଟଣାସ୍ଥଳରେ ଯଦୁଙ୍କ ମୃତ୍ୟୁ ଘଟିଥିଲା। ପରେ ଦୁଇପୁଅ ଧୋବେନ ଚଞ୍ଚରାରେ ରହୁଥିବା ନିଜ ଜ୍ୱାଇଁ କ୍ଷୀରସିନ୍ଧୁ ନାଗକୁ ଡକାଇ ପ୍ରମାଣ ନଷ୍ଟ କରିବାକୁ ନିଜ ବାଡ଼ି ପଟେ ଗାତ ଖୋଳି ମୃତଦେହ ପୋତି ଦେଇଥିଲେ। ସେହି ରାତିରେ ହିଁ ମୃତକଙ୍କ ବଡ଼ପୁଅ ଧନେଶ୍ୱର ଦଳପତି ଫେରାର ହୋଇ ଯାଇଥିଲା। ସୋମବାର ୩ ଅଭିଯୁକ୍ତଙ୍କୁ ହତ୍ୟା ଘଟଣାରେ ଆମପାଣି ଥାନା ପକ୍ଷରୁ ଥାନା କେଶ ନମ୍ବର ୮/୨୫ରେ ମାମଲା ରୁଜୁ କରି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ କରିଥିବା ଓ ଖୁବଶୀଘ୍ର ଫେରାର ଅଭିଯୁକ୍ତକୁ ଧରାଯିବ ବୋଲି ତଦନ୍ତକାରୀ ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ସୂଚନା ଦେଇଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories