www.samajalive.in
Monday, December 8, 2025
14.1 C
Bhubaneswar

କେ-୬ ବଜ୍ର ଟି ତୋପ ନିର୍ମାଣ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ସୁରଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ହାଜିରାଠାରେ ଶନିବାର ଲାର୍ସନ ଆଣ୍ଡ ଟୁବ୍ରୋ(ଏଲ ଆଣ୍ଡ ଟି) ଆର୍ମଡ ସିଷ୍ଟମ କମ୍ପଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ମେକ୍‍ ଇନ୍‍ ଇଣ୍ଡିଆ ଅଧିନରେ ଏହି କାରଖାନାରେ ହେୱିଟଜର ତୋପ ନିର୍ମାଣ କରାଯିବ। ଯାହାକୁ କେ-୬ ବଜ୍ର ଟି ଭାବେ ନାମିତ କରାଯାଇଛି। ଏଠାରେ ୧୦୦ଟି ହେୱିଟଜର ତୋପ ନିର୍ମାଣ କରାଯିବ।
ସୂଚନାଯୋଗ୍ୟ ଭାରତୀୟ ସେନାକୁ ୧୦୦ଟି ହେୱିଟଜର ତୋପ ଯୋଗାଇଦେବା ପାଇଁ ୨୦୧୭ରେ ଏଲ ଆଣ୍ଡ ଟି ୪,୫୦୦ କୋଟି ଟଙ୍କାର ଠିକା ପାଇଥିଲା। ତେବେ ଏହାର ନିର୍ମାଣ ପାଇଁ ସୁରଟ ଠାରୁ ୩୦ କିଲୋମିଟର ଦୂରରେ କମ୍ପାନୀ ପକ୍ଷରୁ ଆର୍ମଡ ସିଷ୍ଟମ କମ୍ପଲେକ୍ସ ପ୍ରତିଷ୍ଠା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories