www.samajalive.in
Monday, December 8, 2025
14.1 C
Bhubaneswar

କୁମ୍ଭରେ ଓଡ଼ିଶା ଦଳର ଅଲୌକିକ ପ୍ରଦର୍ଶନ – ପରିବେଶ ସୁରକ୍ଷା ପାଇଁ ଶକ୍ତିଶାଳୀ ବାର୍ତ୍ତା

ଭୁବନେଶ୍ୱର : କୁମ୍ଭ ୨୦୨୫ରେ ଓଡ଼ିଶାର ସାଂସ୍କୃତିକ ଦଳ ସଂଗୀତ, ନୃତ୍ୟ ଏବଂ ଗଳ୍ପକୁ ଏକ ଅତି ଅଲୌକିକ ପ୍ରଭାବଶାଳୀ ପରିବେଶ ସୃଷ୍ଟି କରି ପରିବେଶ ସୁରକ୍ଷା ପାଇଁ ଶକ୍ତିଶାଳୀ ବାର୍ତ୍ତା ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି। ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ଚୟନିତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ଧରୋହର ଏବଂ ପ୍ରକୃତି ସହ ତାହାର ଗଭୀର ସମ୍ପର୍କକୁ ଉଦ୍ଧାର କରିବା ପାଇଁ ବିଶେଷ ଭାବରେ ଆୟୋଜିତ ହୋଇଥିଲା। ଏହି ଶ୍ରେଷ୍ଠ ପ୍ରଦର୍ଶନ ଦର୍ଶକମାନଙ୍କ ଠାରୁ ଅଦ୍ଭୁତ ପ୍ରତିକ୍ରିୟା ଲାଭ କରିଛି ।

ପୁରସ୍କୃତ ନିର୍ମାତା ଦେବ ମେହେରଙ୍କ ନିର୍ଦ୍ଦେଶିତ ଏହି ପ୍ରଦର୍ଶନ, ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ଗାୟିକା ସୁସ୍ମିତା ଦାସଙ୍କ ନେତୃତ୍ୱ ଏବଂ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ବିଦ୍ୟୁତ ସେଠୀଙ୍କ କୋରିଓଗ୍ରାଫିରେ ଉପସ୍ଥାପିତ ହୋଇଥିଲା। ଓରୋମିରା ଏଣ୍ଟରଟେନମେଣ୍ଟଙ୍କ ଏହି ଉତ୍କୃଷ୍ଟ କୌଶଳିକ ପ୍ରଦର୍ଶନ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରକୃତି ସୁରକ୍ଷା ପାଇଁ ଏକ ଜାଗୃତିର ଆହ୍ୱାନ ରୂପେ ପ୍ରକାଶ ପାଇଥିଲା।

- Advertisement -

ଧିତାଙ୍ଗ ଧିତାଙ୍ଗ – ଓଡ଼ିଶାର ଜନଜାତୀୟ ଜ୍ଞାନ ଏବଂ ସଂସ୍କୃତିର ଉତ୍ସବ, ସାଇବୋନି ଲାଇବୋନି – ଗ୍ରାମୀଣ ଓଡ଼ିଶାର ଏକ ଘୁମୁରା ନୃତ୍ୟ ଯାହା ଜମି ଏବଂ କୃଷି ଜୀବନର ସଂପର୍କକୁ ଉଜାଗର କରେ, ହମ୍ ଯହାଁ ଜିଏଙ୍ଗେ – ପରିବେଶ ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ଏକ ଜାଗୃତିମୂଳକ ସଂଗୀତ, ହମ୍ ଅଗର ନହିଁ – ଜଳାଶୟ ଏବଂ ପ୍ରାକୃତିକ ବିବିଧତାର ଖତ୍ରା ଉପରେ ଏକ ଭାବନାପ୍ରବଣ ଉପସ୍ଥାପନ, ପୃଥ୍ୱୀ ମନ୍ଥନ – ଦ୍ୱିତୀୟ ମନ୍ଥନ – ଶିବ ତାଣ୍ଡବ ସ୍ତୋତ୍ରମ୍‌ ସହିତ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଗଭୀର ସନ୍ଦେଶ, ପ୍ରଦର୍ଶନର ମୁଖ୍ୟ ଆକର୍ଷଣ ସାଜିଥିଲା । ଏହାସହିତ ପବିତ୍ର ସଂଗମର ପୃଷ୍ଠଭୂମିରେ ଏହି ପ୍ରଦର୍ଶନ କେବଳ ଏକ ଅଭିନୟ ନୁହେଁ ବରଂ ଏହା ଏକ ଜାଗୃତି ଆନ୍ଦୋଳନ। କୁମ୍ଭ, ଯେଉଁଠି ଆତ୍ମା ପବିତ୍ରତା ଖୋଜେ, ପୃଥ୍ଵୀ ସୁରକ୍ଷା ହେଉଛି ଆମ ସର୍ବପ୍ରଥମ ଦାୟିତ୍ୱ ବୋଲି ଓଡ଼ିଶା ଦଳ ସନ୍ଦେଶ ଦେଇଛି ।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories