www.samajalive.in
Tuesday, December 9, 2025
26.1 C
Bhubaneswar

କୁଇ ସମାଜ ସେବା ସମିତି ଫୁଲବାଣୀର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ପ୍ରତିଷ୍ଠା ଦିବସ ଖଜୁରୀପଡା ବ୍ଲକ ସଦର ମହକୁମା ଠାରେ ଧୁମଧାମରେ ପାଳନ ହେବ। ସେ ବାବଦରେ କେନ୍ଦ୍ରର କର୍ମକର୍ତ୍ତା ସମ୍ପାଦକ ଅବନୀ କୁମାର କହଁର, ମୁଖ୍ୟସଭ୍ୟ ଗୌତମ ପ୍ରଧାନ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ସରକାରୀ କର୍ମଚାରୀ କଲ୍ୟାଣ ସଂଘ ସମ୍ପାଦକ ଗଙ୍ଗାଧର କହଁର, ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କହଁର ସମେତ ୧୬ ଗୋଟି ଶାଖାର ସଭାପତି, ସମ୍ପାଦକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ତତ୍ ସହିତ କନ୍ଧମାଳ ଜିଲ୍ଲାର ଅପହଞ୍ଚ ଇଲାକା ବିଲାମାଳ ପଞ୍ଚାୟତର କୁଟିଆ (କନ୍ଧ) ସମ୍ପ୍ରଦାୟର ଯୁବ ପରିଷଦର  ସଦସ୍ୟ ମନୋଜ ମାଝୀ, ଯୋଗେଶ୍ଵର ଯାନୀ, ରଞ୍ଜିତ ମାଝୀ, ସୀତାରାମ୍ ମାଝୀ ଯୋଗ ଦେଇଥିଲେ। ନିଜ ଅଞ୍ଚଳର ଅସୁବିଧା ବିଷୟରେ ଲିଖିତ ଭାବରେ ବାଲିଗୁଡା କୁଇ ସମାଜ ସହିତ ଫୁଲବାଣୀ କୁଇ ସମାଜ ଏବଂ କୁଇ ସମାଜ ଯୁବ ପରିଷଦ କନ୍ଧମାଳକୁ ଅବଗତ କରାଇଛନ୍ତି । ନିଜ ଅଞ୍ଚଳର  ଅଭାବ ଅସୁବିଧା ବିଷୟରେ ଆଲୋଚନା କରି କେନ୍ଦ୍ର କୁଇ ସମାଜ ସେବା ସମିତି, ଫୁଲବାଣୀକୁ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି। କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ପ୍ରଶାସନକୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ କୁଟିଆ ଅଞ୍ଚଳ ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories