www.samajalive.in
Saturday, December 13, 2025
26.1 C
Bhubaneswar

ଏହି ମଡେଲକୁ ବନ୍ଦ କରିବ କେଟିଏମ୍, ଏମିତି ରହିଛି ଯୋଜନା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ସ୍ପୋର୍ଟ୍ସ ମୋଟରସାଇକେଲ ବିକ୍ରି କରୁଥିବା କମ୍ପାନୀ କେଟିଏମ୍ ନିଜ ୩୯୦ ଆଡଭେଞ୍ଚର ଲାଇନଅପକୁ ଅପଡେଟ୍ କରିବା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ନିଜର ଏହି ଲାଇନଅପରେ ନୂଆ ୩୯୦ ଆଡଭେଞ୍ଚର ଏକ୍ସର ସ୍ଥାନ ନେବ । ଅର୍ଥାତ୍ କମ୍ପାନୀ ଭାରତୀୟ ବଜାରରୁ କେଟିଏମ୍ ୩୯୦ ଆଡଭେଞ୍ଚର ଏକ୍ସର ଯାତ୍ରା ସମାପ୍ତ କରିଦେବ ।

କେଟିଏମ୍ ୩୯୦ ଆଡଭେଞ୍ଚର ଏକ୍ସ ପ୍ଲସର ସବୁଠାରୁ ଖାସ୍ କଥା ହେଉଛି ଏହା ଆଇଏମୟୁ- ଆଧାରିତ ଇଲେକ୍ଟ୍ରୋନିକ୍ସ ପ୍ୟାକେଜ୍ ହେବ ଯାହା ଷ୍ଟାଣ୍ଡାର୍ଡ କେଟିଏମ୍ ୩୯୦ ଆଡଭେଞ୍ଚରରୁ ନିଆଯାଇଛି । ଏଥିରେ ସ୍ବିଚେବଲ କର୍ଣ୍ଣରିଂ ଏବିଏସ୍, ସ୍ବିଚେବଲ କର୍ଣ୍ଣରିଂ ଟ୍ରାକ୍ସନ କଣ୍ଟ୍ରୋଲ ଏବଂ କ୍ରୁଜ୍ କଣ୍ଟ୍ରୋଲ ଭଳି ଫିଚର ରହିବ । ଏହା ବ୍ୟତୀତ ଏକ୍ସ ପ୍ଲସରେ ୩ ରାଇଡ୍ ମୋଡ୍ ମଧ୍ୟ ରହିବ । ଏଥିରେ ଷ୍ଟ୍ରିଟ୍, ରେନ୍ ଏବଂ ଅଫ୍ ରୋଡ୍ ସାମିଲ ।

- Advertisement -

କେଟିଏମ୍ ୩୯୦ ଆଡଭେଞ୍ଚର ଏକ୍ସ ପ୍ଲସର ଦାମ୍ ବର୍ତ୍ତମାନ ଆଡଭେଞ୍ଚର ଏକ୍ସରୁ ପ୍ରାୟ ୧୫ ହଜାରରୁ ୨୦ ହଜାର ଟଙ୍କା ଅଧିକ ହେବା ଅନୁମାନ କରାଯାଉଛି । ଏହି ନୂଆ ମଡେଲ ସେହି ଚାଳକଙ୍କୁ ଉତ୍ତମ ଭାଲ୍ୟୁ ପ୍ରଦାନ କରିବା ଯେଉଁମାନେ କମ୍ ଖର୍ଚ୍ଚରେ ଅଧିକ ଫିଚର୍ ଚାହୁଁଛନ୍ତି । ଏହା ଆଗାମୀ ସପ୍ତାହରେ ଲଞ୍ଚ୍ ହୋଇପାରେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories