www.samajalive.in
Saturday, December 6, 2025
19.1 C
Bhubaneswar

କୋଟିଆରେ ମତଦାନ ୬୫ ପ୍ରତିଶତ

ଭୁବନେଶ୍ବର: କୋଟିଆବାସୀ ୧୩ଟି ବୁଥରେ ଶାନ୍ତି ଶୃଙ୍କଳା ସହ ଭୋଟ ଦେଇଥିଲେ। ଆଜି କୋଟିଆରେ ୬୫% ମତଦାନ ହୋଇଛି ବୋଲି ବୋଲି ମତଦାନ ସମ୍ପର୍କରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ଅପରପକ୍ଷରେ ମତଦାନ ପରେ ପଟାଙ୍ଗୀ ବିଧାୟକ ପ୍ରତିକିୟା ରଖି କହିଥିଲେ ଯେ ପଡୋଶୀ ରାଜ୍ୟ ଆନ୍ଧ୍ରର ଷଡଯନ୍ତ୍ର ବିଫଳ ହୋଇଛି। ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ଏହି ମତଦାନ ସଫଳ ହୋଇଛି।

 

- Advertisement -

ଓଡିଶା ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ସିଲ୍ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଗତବର୍ଷ ଆନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିଥିଲା ।
ପଞ୍ଚାୟତ ପାଇଁ ଆଜି କୋଟିଆରେ ଶାନ୍ତି ଶୃଙ୍ଖଳା ସହ ମତଦାନ ହୋଇଛି। ମାଟି ଆଗରେ ପାର୍ଟି ପଛରେ ନାରା ଦେଉଥିବା ଜିଲାର ଆଗଧାଡ଼ିର ରାଜନେତା କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମନୋନୀତ କରି ଥିଲେ। ତାଙ୍କ ବିପକ୍ଷରେ ଜଣେ ସ୍ୱାଧିନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କୋଟିଆରେ ଏଥର ୫ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ମିଳିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories