www.samajalive.in
Friday, December 5, 2025
23.1 C
Bhubaneswar

ବିକାଶ ଖୋଜୁଛି ପାହାଡ଼ ମଥାନ ଗାଁ ବେନିଆଗୁଡ଼ା

କୋରାପୁଟ: ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ବିଭିନ୍ନ ଯୋଜନା ସତ୍ତ୍ବେ ଅବହେଳିତ ହୋଇ ପଡ଼ିଛି। କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ସାଡାମ ପଞ୍ଚାୟତର ବେନିଆଗୁଡା ଗ୍ରାମକୁ ଦେଖିଲେ ବିକାଶ କେତେ ଫଳପ୍ରଦ ତାହା ବାରି ହୋଇପଡ଼ିବ।

ଭୌଗୋଳିକ ଦୃଷ୍ଟିରୁ ବେନିଆଗୁଡା ଗ୍ରାମ ସମୁଦ୍ରପତ୍ତନ ଠାରୁ ପ୍ରାୟ ୪ ହଜାରରୁ ଅଧିକ ଫୁଟ ଉଚ୍ଚରେ ଅବସ୍ଥିତ। କେଉଁ ଆବାହନ କାଳରୁ ବୁର୍ସମା ପାହାଡ଼ ମଥାନରେ ଏହି ଗାଁ ରହିଛି। ଏଠାରେ ବେନେଙ୍ଗ ଓ କୁଇ କନ୍ଧ ସମ୍ପ୍ରଦାୟର ୩୦ ପରିବାରର ଦୁଇଶହ ଲୋକ ବସବାସ କରୁଛନ୍ତି। ଗାଁ ଲୋକଙ୍କ ବେଉସା ହେଉଛି ଧାନ, ମାଣ୍ଡିଆ ଓ ସୁଆଁ ଚାଷ କରୁଛନ୍ତି। ଗାଁକୁ ଏବେ ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇନି। ଗାଁରୁ ତିନି କିଲୋମିଟର ଅଙ୍କାବଙ୍କା ଜଙ୍ଗଲ ଏବଂ ଛୋଟବଡ଼ ପଥୁରିଆ ରାସ୍ତା ଅତିକ୍ରମ କରି ପାହାଡ଼ ତଳେ ବୋହି ଯାଇଥିବା ହାତୀଝୋଲା ନଦୀ ପାର କଲେ ହିଁ ସାଡାମ ପଞ୍ଚାୟତ ସଦର ମହକୁମାକୁ ଆସିବାକୁ ହୋଇଥାଏ। ଏହି ୩ କିଲୋମିଟର ରାସ୍ତା ଅତିକ୍ରମ କରିବା ବେଳେ ପ୍ରତି ପାଦରେ ବିପଦ ରହିଛି। ଚାରି ଆଡ଼େ ଘଞ୍ଚ ଜଙ୍ଗଲ। ଟଙ୍କାକିଆ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ପାହାଡ଼ ଓ ଘାଟି ପାର ହୋଇ ସାଡାମ ପଞ୍ଚାୟତକୁ ଯିବାକୁ ପଡ଼ିଥାଏ।

- Advertisement -

ଗାଁରେ ବିଶୁଦ୍ଧ ପିଇବା ପାଣିର ସୁବିଧା ନାହିଁ। ଗାଁରୁ କିଲୋମିଟର ଦୂରକୁ ଗଲେ ଚୁଆ ପାଣି ମିଳେ। ଗର୍ଭବତୀ ଓ ଜରୁରୀକାଳୀନ ରୋଗୀଙ୍କୁ ଘାଟି ରାସ୍ତାରେ ଖଟରେ ବୋହି କେନାଲଗୁଡା ଗାଁକୁ ନେଇ ସେଠାରୁ ୨୫ରୁ ଅଧିକ କିଲୋମିଟର ଦୂର କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ହୋଇଥାଏ। ଗାଁରେ ବିଦ୍ୟାଳୟ ନଥିବାରୁ ପିଲାମାନେ ସାଡାମ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥାନ୍ତି। ହାତୀଝୋଲା ନଦୀରେ ବର୍ଷାଦିନେ ପ୍ରଖର ଜଳସ୍ରୋତ ରହୁଥିବାରୁ ବର୍ଷା ଦିନେ ପିଲାମାନଙ୍କ ପାଠ ପଢ଼ା ବନ୍ଦ ରହୁଛି। ଝାଟିମାଟି ଘରେ ହିଁ ଲୋକଙ୍କ ଜୀବନ ବିତୁଛି। ବେନିଆଗୁଡା ଗାଁ ଲୋକଙ୍କ ପାଇଁ ଆବାସ ଯୋଜନା ସାତ ସପନ। ଯେଉଁ ଗାଁକୁ ପକ୍କା ରାସ୍ତା ଏବେ ପର୍ଯ୍ୟନ୍ତ ହୋଇପାରିଲା ନାହିଁ ଆଉ ଆମେ ଆବାସ ଯୋଜନା କେମିତି ସ୍ବପ୍ନ ଦେଖିପାରିବୁ ବୋଲି ଗାଁ ଲୋକେ କହିଛନ୍ତି। ହାତୀଝୋଲା ନଦୀ ବର୍ଷାଦିନେ ଗାଁ ଲୋକଙ୍କୁ ଦୁଃଖ ଦେଇଥାଏ। ଗାଁ ପାହାଡ଼ ଡେଇଁଲେ ପଡୋଶୀ ଆନ୍ଧ୍ର ପ୍ରଦେଶର ଆରକୁ ପଡେ। ଆରକୁ ଅଞ୍ଚଳ ବିକଶିତ ହୋଇଥିବାବେଳେ ଆମ ଗାଁକୁ ଏବେ ପର୍ଯ୍ୟନ୍ତ କୌଣସି ମୌଳିକ ସୁବିଧା ହୋଇପାରି ନାହିଁ ବୋଲି ଗାଁ ଲୋକେ ଦୁଃଖର ସହ ପ୍ରକାଶ କରିଛନ୍ତି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories