www.samajalive.in
Tuesday, December 9, 2025
23.1 C
Bhubaneswar

ବ୍ୟାଖାନ କେନ୍ଦ୍ର ପରିସରରେ ଥିବା ସ୍ନାକ୍ସ କେନ୍ଦ୍ର ଲୋକାର୍ପିତ

କୋଣାର୍କ : ମଙ୍ଗଳଵାର ଦିବା ୧୨ ଘଟିକା ସମୟରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ସ୍ନାକ୍ସ କେନ୍ଦ୍ରର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପିତ ସମାରୋହରେ କାମତ ଗ୍ରୁପର ଅଧ୍ୟକ୍ଷ ଭିତଲ କାମତ, ତାଙ୍କ ମାଆ ଇନ୍ଦିରା କାମତ, ଇଣ୍ଡିଆନ ଅଏଲ ଫାଉଣ୍ଡେସନ ର କାର୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବର୍ମା, କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ, କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ଲୋଟସ ରିସର୍ଚ ର ପରିଚାଳକ ଭରତ ଭୂଷଣ ଵିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍ନାକ୍ସ କେନ୍ଦ୍ରର ଘରୋଇକରଣ କରାଯାଇ ଇଣ୍ଡିଆନ ଅଏଲ ଫାଉଣ୍ଡେସନ କାମତ ଗ୍ରୁପକୁ ହସ୍ତାନ୍ତର କରିଛି। ଏହି କେନ୍ଦ୍ରରେ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ୟ୍ୟଟକମାନଙ୍କ ନିମନ୍ତେ ସଵୁ ପ୍ରକାର ଟିଫିନ ଓ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବା ସହ ସୁଲଭ ମୂଲ୍ୟରେ ମିଳିପାରିବ ବୋଲି କାମତ ଗ୍ରୁପ ର ଅଧ୍ୟକ୍ଷ ଭିତଲ କାମତ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋଣାର୍କ କୁ ସ୍ଵଚ୍ଛତା ଓ ପ୍ରଦୂଷଣ ମୁକ୍ତ ସହର ଭାବରେ ଗଢି ତୋଳିବା ପାଇଁ ପ୍ରୟାସ ଜାରିରହିବ ବୋଲି କାମତ ଗ୍ରୁପର ଅଧ୍ୟକ୍ଷ ଶ୍ରୀ କାମତ ପ୍ରକାଶ କରିଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories