www.samajalive.in
Friday, December 12, 2025
17.1 C
Bhubaneswar

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ପ୍ରସ୍ତୁତି ତଦାରଖ କଲେ ଜିଲ୍ଲାପାଳ

କୋଣାର୍କ : ଚଳିତ କୋଣାର୍କ ଉତ୍ସବ -୨୦୧୮ ଓ ଆନ୍ତର୍ଜାତୀୟ ଵାଲୁକା କଳା ମହୋତ୍ସବର ପ୍ରସ୍ତୁତି ପର୍ବର ଅଗ୍ରଗତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ଶନିବାର ଅପରାହ୍ନ ୫ଟାରେ ଅନୁଧ୍ୟାନ କରିବା ସହ କାର୍ୟ୍ୟର ତଦାରଖ କରିଛନ୍ତି। ଚନ୍ଦ୍ରଭାଗାର ସମୁଦ୍ର କୂଳରେ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର କ୍ଷେତ୍ର ପରିଦର୍ଶନ କରିବା ସହ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। କେଉଁ କେଉଁ ସ୍ଥାନରେ କଳାକାର ମାନଙ୍କ ଦ୍ଵାରା ବାଲୁକା କଳା ପର୍ୟ୍ୟବସିତ ହେଵ, ଯାହା ଦ୍ଵାରା ଅଧିକ ସଂଖ୍ୟାରେ ପର୍ୟ୍ୟଟକ ମାନେ ଏହାକୁ ଦେଖିବାର ସୁବିଧା ନେଇ ପାରିବେ ତାହାର ଅନୁଧ୍ୟାନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳ ଶ୍ରୀ ଦାଶ ବାଲୁକା କଳା ମହୋତ୍ସବ ନିମନ୍ତେ ଛୋଟାରାମ ଦାଶ ଆଶ୍ରମ ସନିକଟ ଚନ୍ଦ୍ରଭାଗା ମେଳା ପଡିଆରେ ପାର୍କିଂ ବ୍ୟବସ୍ଥା କାର୍ୟ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ। ଵିଶ୍ଵ ହକି ଅବସରରେ ଖେଳାଳି ମାନଙ୍କ ସୂର୍ୟ୍ୟ ମନ୍ଦିର ଓ କୋଣାର୍କ ଉତ୍ସବ ପରିଦର୍ଶନ କରିବା ନେଇ ଟ୍ରାଫିକ୍ ବ୍ୟବସ୍ଥାର ସଫଳ ରୂପାୟନ ନିମନ୍ତେ ଗୁରୁତ୍ଵାରୋପ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ଦାଶ ଏହି ଉତ୍ସବ ଅବସରରେ କୋଣାର୍କ ହେଲିପ୍ୟାଡ ଠାରେ ପଡିବାକୁ ଥିବା ୩ଗୋଟି ଯାତ୍ରା ପାର୍ଟି କେଉଁ କେଉଁ ସ୍ଥାନରେ ପଡିବ ଏବଂ ମୀନାବଜାର ପଡିବା କ୍ଷେତ୍ର ବୁଲି ଦେଖିଥିଲେ। ପରେ ପୁରୀ ଜିଲ୍ଲାପାଳ ଶ୍ରୀ ଦାଶ କୋଣାର୍କ ଉତ୍ସବ ଆୟୋଜିତ ହେବାକୁ ଥିବା ପର୍ୟ୍ୟଟନ ବିଭାଗର ମୁକ୍ତାକାଶ ରଙ୍ଗମଞ୍ଚ ସ୍ଥଳୀ ପରିଦର୍ଶନ କରିଥିଲେ। ଏହି ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଅସମ୍ପୁର୍ଣ୍ଣ ଥିବା କାର୍ୟ୍ୟକୁ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶଙ୍କ ଗ୍ରସ୍ତ ସମୟରେ କୋଣାର୍କ ଏନ ଏ ସି ଦାୟିତ୍ବ ରେ ଥିବା ପୁରୀ ଅତିରିକ୍ତ ଜିଲ୍ଲାପାଳ ଵିନୟ କୁମାର ଦାଶ, ପୁରୀ ଅତିରିକ୍ତ ଏସପି ଧୀରେନ କୁମାର ନନ୍ଦ, ନିମାପଡ଼ା ଡିଏସପି ନିରଂଜନ ପାଢୀ, କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ଓ କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories