କୋକସରା : ବନ ବିଭାଗକୁ ବଡ ସଫଳତା। ଗତକାଲି ବିଳମ୍ବିତ ରାତିରେ କୋକସରା ବ୍ଲକ ଗୋତୋମୁଣ୍ଡା ପିପଲଝାପର ନିକଟରେ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବାବେଳେ ଏକ ଗାଡି ଜବତ ହୋଇଛି। ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ କେନ୍ଦୁପତ୍ର ବୋଝେଇ ଏକ ଗାଡିକୁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନେ ଅଟକାଇ କାଗଜ ପତ୍ର ଦେଖାଇବା ପାଇଁ କହିଥିଲେ। ହେଲେ ଡ୍ରାଇଭର ଜଣକ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପରେ ବନବିଭାଗ ଏବଂ କେନ୍ଦୁପତ୍ର ବିଭାଗ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରୁ ପତ୍ର ବୋଝେଇ ଗାଡିଟିକୁ ବିଜମରା ସେଣ୍ଟ୍ରାଲ ଗୋଦାମକୁ ନେଇ ଯାଇଥିଲେ। ଆମପାଣି ପଞ୍ଚାୟତ କନ୍ଦାଗଡ ଠାରୁ ରାବନଗୁଡା ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେଲା କେନ୍ଦୁପତ୍ର ଚୋରାଚାଲାଣ ହେଉଛି। ଯାହା ଫଳରେ କେନ୍ଦୁପତ୍ର ବିଭାଗ କର୍ମଚାରୀ ମାନେ କାମଧନ୍ଦା ହରାଉଥିବା ବେଳେ ଦଲାଲ ମାନେ ମାଲାମାଲ ହେଉଛନ୍ତି । ଘଟଣା ସ୍ଥଳରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କୁଅଁର ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
Popular Categories



