www.samajalive.in
Friday, December 5, 2025
26.1 C
Bhubaneswar

ଲାଞ୍ଚ ନେବା ବେଳେ କୋକସରା ସିଡିପିଓଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା/ଧର୍ମଗଡ଼ : କଳାହାଣ୍ଡି ଜିଲା ଅନ୍ତର୍ଗତ କୋକସରା ବ୍ଲକ ସିଡିପିଓ ଜୟନ୍ତୀ ମହାନ୍ତି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସିଡିପିଓ ଶ୍ରୀମତୀ ମହାନ୍ତି ସୁନାମାଲ ଗାଁର ଅଙ୍ଗନବାଡ଼ି କର୍ମୀ ଆରତି ଧଙ୍ଗଡାମାଝୀଙ୍କ ୩ ମାସର ଦରମା ବନ୍ଦ କରିଦେଇଥିଲେ। ପରେ ୨ ମାସର ଦରମା କରାଇଲେ, କିନ୍ତୁ ଅବଶିଷ୍ଟ ଆଉ ଏକମାସର ଦରମା ୫ ହଜାର ଟଙ୍କା ଲାଞ୍ଚଦେଲେ କରିଦେବି ବୋଲି କହିଥିଲେ । ତେଣୁ ବାଧ୍ୟହୋଇ ଅଙ୍ଗନବାଡି କର୍ମୀ ଆରତି ଗୁରୁବାର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଆଜି ସିଡିପିଓ ଶ୍ରୀମତୀ ମହାନ୍ତି ୫ ହଜାର ଟଙ୍କା ଆରତିଙ୍କ ଠାରୁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଟଙ୍କା ସହ କାବୁ କରିଥିଲେ । ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ସିଡିପିଓ ଶ୍ରୀମତୀ ମହାନ୍ତିଙ୍କ ଅଫିସ ଓ ଘରେ ଚଢଉ କରାଯାଇଛି । ଶେଷ ଖବର ଅନୁଯାୟୀ ତାଙ୍କ ସରକାରୀ ବାସଭବନରେ ଚଢ଼ଉ ପରେ ୬୯ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଦଳ ଅଧିକ ପଚରାଉଚୁରା ପାଇଁ ଶ୍ରୀମତୀ ମହାନ୍ତିଙ୍କୁ ଭବାନୀପାଟଣା ନେଇଯାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories