www.samajalive.in
Wednesday, December 10, 2025
14.1 C
Bhubaneswar

କେଉଁଭଳି ଲାଗୁଛି, ଶବ୍ଦରେ କହିବା କଷ୍ଟକର : କୋହଲି

ଆଡିଲେଡ୍‌ : ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ୮ ୱିକେଟରେ ଶୋଚନୀୟ ପରାଜୟ ବରଣ କରିଛି। ପରାଜୟକୁ ନେଇ ଅଧିନାୟକ ବିରାଟ କୋହଲି କହିଛନ୍ତି, ଏଭଳି ଭାବନାକୁ ଶବ୍ଦରେ କହିବା କଷ୍ଟକର। ଆମେ ୬୦ ରନରେ ଆଗୁଆ ଥିଲୁ। ହେଲେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦୁଇଦିନ କାଳ କଠିନ ପରିଶ୍ରମ କରି ନିଜକୁ ଭଲ ସ୍ଥିତିରେ ପହଞ୍ଚାଇବା ପରେ ଘଣ୍ଟାଏ ମଧ୍ୟରେ ଏଭଳି ସ୍ଥିତି ଦେଖିବା ବହୁତ କଷ୍ଟଦାୟକ। ଅଷ୍ଟ୍ରେଲିଆର ବୋଲର ଭଲ ବୋଲିଂ କରିଥିଲେ। ଆମକୁ ଉକ୍ତ ସମୟରେ ଅଧିକ ବିଶ୍ବାସ ଦେଖାଇବାର ଆବଶ୍ୟକତା ଥିଲା ବୋଲି ବିରାଟ କହିଛନ୍ତି। ପ୍ରଥମ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆ ବୋଲର ଭଲ ଲାଇନ୍‌ ଲେଙ୍ଗ୍‌ଥରେ ବୋଲିଂ କରିଥିଲେ। ଏହାକୁ ଆମେ ଧୈର୍ୟ୍ୟର ସହିତ ସାମ୍ନା କରିବା ସହିତ ରନ୍‌ କରିବାରେ ସଫଳ ହୋଇଥିଲୁ। ପ୍ରଥମ ଇନିଂସଠାରୁ ୨ୟ ଇନିଂସରେ ଅଧିକ ପ୍ରଭାବୀ ବୋଲିଂକୁ ଆମେ ସାମ୍ନା କରିବାରେ ବିଫଳ ହୋଇଥିଲୁ। ଆଗାମୀ ୩ ଟେଷ୍ଟ ମ୍ୟାଚରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ବରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି କୋହଲି କହିଛନ୍ତି। ୨ୟ ଟେଷ୍ଟରେ ଭାରତ ଦୃଢତାର ସହିତ ଫେରିବ ବୋଲି କୋହଲି କହିଛନ୍ତି। ଭାରତ ଦ୍ବିତୀୟ ଇନିଂସରେ ଏଭଳି ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହେବ କେବେ ଭାବି ନଥିଲୁ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍ କହିଛନ୍ତି। ସକାଳ ଖବରକାଗଜରେ ଭାରତୀୟ ବୋଲରଙ୍କ ପ୍ରଶଂସା ଓ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ପଢିବାକୁ ମିଳିଥିଲା। ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ଆମର ପ୍ରଥମ ଲକ୍ଷ୍ୟ ଥିଲା; ଯାହା ବୋଲରମାନେ କରି ପାରିଥିଲେ। ବିଜୟର ସମସ୍ତ ଶ୍ରେୟ ବୋଲରଙ୍କ ବୋଲି ପେନ୍‌ କହିଛନ୍ତି। ପ୍ରଥମ ଇନିଂସରେ ୭୯ରନରେ ୫ ୱିକେଟ ହରାଇବା ପରେ ମ୍ୟାଚକୁ ବଞ୍ଚାଇବା ନେଇ ସଂଘର୍ଷ କରିବାକୁ ପଡ଼ୁଥିଲା। ଭାରତୀୟ ବୋଲରଙ୍କୁ ସାମ୍ନା କରି ରନ୍‌ କରିବା ଆହ୍ବାନକର ଥିଲା। ଜୋ ବର୍ନସ ଦଳ ପାଇଁ ବହୁତ ମୂଲ୍ୟବାନ ବ୍ୟାଟ୍‌ସମ୍ୟାନ। ରନ୍‌ କରିବା ନେଇ କଠିନ ପରିଶ୍ରମ କରୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories