www.samajalive.in
Monday, December 8, 2025
24.1 C
Bhubaneswar

ଭାରତୀୟ ବଜାରରେ କୋଡାକର ଶସ୍ତା ଆଣ୍ଡ୍ରଏଡ୍ ୪କେ ସ୍ମାର୍ଟ ଟିଭି

ନୂଆଦିଲ୍ଲୀ : କୋଡାକ୍ ଭାରତରେ ଆଣ୍ଡ୍ରଏଡ୍ ଟିଭି ସିରିଜ୍ ଲଞ୍ଚ କରିଛି। ଏହାର ଆରମ୍ଭ ମୂଲ୍ୟ ୨୩ହଜାର ୯୯୯ଟଙ୍କା ରଖାଯାଇଛି। ବିଶେଷ କଥା ହେଉଛି ଏହା ଏକ ୪କେ ଟିଭି। କୋଡାକ ସିଏ ସ୍ମାର୍ଟ ଟିଭିରେ ଇନବଲ୍ଟ କ୍ରୋମକାଷ୍ଟ ମଧ୍ୟ ଦିଆଯାଇଛି।
କମ୍ପାନୀର କହିବା ଅନୁଯାୟୀ, ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଅନ୍ୟାନ୍ୟ ଆପ୍ କୋଡାକ୍ ସିଏ ସିରିଜ୍ ଟିଭିରେ ଦିଆଯାଇଛି। ବର୍ତ୍ତମାନ ଭାରତରେ ଏହା ଜିଓମି ଏବଂ ୱାନ୍ ପ୍ଲସ୍ ସ୍ମାର୍ଟ ଟିଭି ସେଗମେଣ୍ଟରେ କଡ଼ା ପ୍ରତିଯୋଗିତା ପାଇବ ବୋଲି ଆଶା କରାଯାଉଛି। ଏହା ୪୩ ଇଞ୍ଚ, ୫୦ ଇଞ୍ଚ, ୫୫ଇଞ୍ଚ ଏବଂ ୬୫ ଇଞ୍ଚରେ ବଜାର ପ୍ରବେଶ କରାଯାଇଛି। ଏହି ସ୍ମାର୍ଟ ଟିଭିରେ ଆଣ୍ଡ୍ରଏଡ୍-୯ ପାଇ ଆଧାରିତ ସଫ୍ଟୱେର୍ ରହିଛି। ଏହି ଟିଭି ଭାରତରେ ନିର୍ମିତ ବୋଲି କମ୍ପାନି ଦାବି କରିଛି।
ଏହି କୋଡାକ ସ୍ମାର୍ଟ ଟିଭିରେ ଡଲବି ଭିଜନ, ଏଚଡିଆର-୧୦ ଓ ଡଲବି ଡିଜିଟାଲ୍ ପ୍ଲସ୍ ଅଛି ଏବଂ ଏଥିରେ ଡ଼ିଟିଏସ୍ ଟ୍ରୁସାଉଣ୍ଡ ମଧ୍ୟ ଦିଆଯାଇଛି। ସଂ‌ଯୋଗ ପାଇଁ ଏଥିରେ ୱାଇଫାଇ, ବ୍ଲୁ-ଟୁଥ୍, ଇଥରନେଟ୍ ପୋର୍ଟ, ଏଚଡିଏମଆଇ ଏବଂ ୟୁଏସବି ୩.୦ ପୋର୍ଟ ଦିଆଯାଇଛି। କୋଡାକ୍ ସିଏ ସ୍ମାର୍ଟ ଟିଭିରେ ୩.ଏମଏମ୍ ଜ୍ୟାକ୍ ରହିଛି। ଯାହା ସହିତ ଆପଣ ସ୍ପିକର୍ ସଂଯୋଗ କରିପାରିବେ। ଏଥିରେ ଅନେକ ମୋଡ୍ ମଧ୍ୟ ପ୍ରଦାନ କରାଯାଇଛି। ୟୁଟ୍ୟୁବ୍, ନେଟଫ୍ଲିକ୍ସ ଏବଂ ଆମାଜନ୍ ପରି ଆପରୁ ଆପଣ ବିଷୟବସ୍ତୁ ଦେଖିପାରିବେ।
କୋଡାକ୍ ଉଇ ୪କ ଟିଭିରେ ଏକ ଷ୍ଟାଣ୍ଡାର୍ଡ ଆଣ୍ଡ୍ରଏଡ୍ ୟୁଜର୍ ଇଣ୍ଟରଫେସ୍ ରହିଛି। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣ ଟିଭି ପାଇଁ ସମର୍ଥିତ ଆପ୍ ଡାଉନଲୋଡ୍ କରିପାରିବେ। ୧୯ ମାର୍ଚ୍ଚରୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ କୋଡାକ୍ ସ୍ମାର୍ଟ ଟିଭି ଉପଲବ୍ଧ ହେବ। ୬୫ ଇଞ୍ଚ କୋଡାକ୍ ସିଏ ୪କେ ଟିଭିର ମୂଲ୍ୟ ୪୯ହଜାର ୯୯୯ ଟଙ୍କା ଏବଂ ୫୫ଇଞ୍ଚ ୪କେ ଟିଭିର ମୂଲ୍ୟ ୮୦ହଜାର ଟଙ୍କା ରଖାଯାଇଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories