www.samajalive.in
Monday, December 8, 2025
27.1 C
Bhubaneswar

ଅଜଣା ଗାଡି ମୁଣ୍ଡ ଉପରେ ଚଢିଯିବା ଘଟଣା ; ମିଳିଲା ମୃତକଙ୍କ ପରିଚୟ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଚାନ୍ଦପଶି ନିକଟ ଡ୍ୟାମ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଅଜଣାଗାଡି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ତେବେ ଆଜି ମୃତକଙ୍କ ପରିଚୟ ମିଳିଛି। ମୃତକ ଜଣଙ୍କ ମୟୁରଭଂଜ ଜିଲ୍ଲା ଯଶୀପୁର ନିକଟ ମଉଦା ଗ୍ରାମର ପ୍ରତାପ ନାଏକଙ୍କ ପୁଅ ସଂଜୟ ନାଏକ (୨୫) ବୋଲି ଜଣାପଡିଛି। ମୃତକ ସଂଜୟ ନିଜ ଗ୍ରାମର ପଙ୍କଜ ନାଏକ (୨୫) ଙ୍କ ସହ ବାଇକ ଯୋଗେ ଝାରବେଡାର ସମ୍ପର୍କୀୟଙ୍କ ଘରକୁ ଆସି ସନ୍ଧ୍ୟାରେ ପଙ୍କଜଙ୍କ ଶ୍ୱଶୁର ଘର ପାଟଣା ବ୍ଲକ ମୂଷାପଡାକୁ ଫେରୁଥିବା ସମୟରେ ଚାନ୍ଦପଶି ଡ୍ୟାମଛକ ନିକଟରେ ବାଇକରୁ ଖସି ପଡିଥିଲେ ପଛେ ପଛେ ଆସୁଥିବା ଏକ ଅଜଣାଗାଡି ସଂଜୟଙ୍କ ମୁଣ୍ଡ ଅଧାରୁ ଚଢିଯିବାରୁ ସେ ଘଟଣାସ୍ଥଳରେ ରାସ୍ତା ଉପରେ ମୃତ୍ୟୁ ବରଣ କରିଥିଲେ। ଏଭଳି ଘଟଣାରେ ମାନସିକ ଭାରସାମ୍ୟ ହରାଇ ପଙ୍କଜ ନିଜ ସାଥି ମୃତ ସଂଜୟଙ୍କ ଶବକୁ ରାସ୍ତା କଡକୁ ଟାଣିନେବା ପରେ ଶବ ଛାଡି ଚାଲିଯିବା ସହ ଶ୍ୱଶୁର ଘରକୁ ଖବର ଦେଇଥିଲେ। ଶ୍ୱଶୁର ଘର ଲୋକେ ରାତି କେନ୍ଦୁଝର ଡାକ୍ତରଖାନାରେ ପହଁଚିଥିଲେ। ଆଜି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ମୃତକର ଶବ ବ୍ୟବଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ତେବେ ସଂଜୟ ରାସ୍ତା ଉପରେ ବାନ୍ତି କରୁଥିବା ବେଳେ ଅଜଣାଗାଡି ଚଢିଯିବା ଭଳି ଅବାନ୍ତର ବୟାନ ପଙ୍କଜ ଦେଇଥିବାରୁ ଘଟଣାଟି ରହସ୍ୟଜନକ ହୋଇପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories