www.samajalive.in
Sunday, December 7, 2025
26.1 C
Bhubaneswar

ଅଜଣା ଗାଡି ମୁଣ୍ଡ ଉପରେ ଚଢିଯିବା ଘଟଣା ; ମିଳିଲା ମୃତକଙ୍କ ପରିଚୟ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଚାନ୍ଦପଶି ନିକଟ ଡ୍ୟାମ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଅଜଣାଗାଡି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ତେବେ ଆଜି ମୃତକଙ୍କ ପରିଚୟ ମିଳିଛି। ମୃତକ ଜଣଙ୍କ ମୟୁରଭଂଜ ଜିଲ୍ଲା ଯଶୀପୁର ନିକଟ ମଉଦା ଗ୍ରାମର ପ୍ରତାପ ନାଏକଙ୍କ ପୁଅ ସଂଜୟ ନାଏକ (୨୫) ବୋଲି ଜଣାପଡିଛି। ମୃତକ ସଂଜୟ ନିଜ ଗ୍ରାମର ପଙ୍କଜ ନାଏକ (୨୫) ଙ୍କ ସହ ବାଇକ ଯୋଗେ ଝାରବେଡାର ସମ୍ପର୍କୀୟଙ୍କ ଘରକୁ ଆସି ସନ୍ଧ୍ୟାରେ ପଙ୍କଜଙ୍କ ଶ୍ୱଶୁର ଘର ପାଟଣା ବ୍ଲକ ମୂଷାପଡାକୁ ଫେରୁଥିବା ସମୟରେ ଚାନ୍ଦପଶି ଡ୍ୟାମଛକ ନିକଟରେ ବାଇକରୁ ଖସି ପଡିଥିଲେ ପଛେ ପଛେ ଆସୁଥିବା ଏକ ଅଜଣାଗାଡି ସଂଜୟଙ୍କ ମୁଣ୍ଡ ଅଧାରୁ ଚଢିଯିବାରୁ ସେ ଘଟଣାସ୍ଥଳରେ ରାସ୍ତା ଉପରେ ମୃତ୍ୟୁ ବରଣ କରିଥିଲେ। ଏଭଳି ଘଟଣାରେ ମାନସିକ ଭାରସାମ୍ୟ ହରାଇ ପଙ୍କଜ ନିଜ ସାଥି ମୃତ ସଂଜୟଙ୍କ ଶବକୁ ରାସ୍ତା କଡକୁ ଟାଣିନେବା ପରେ ଶବ ଛାଡି ଚାଲିଯିବା ସହ ଶ୍ୱଶୁର ଘରକୁ ଖବର ଦେଇଥିଲେ। ଶ୍ୱଶୁର ଘର ଲୋକେ ରାତି କେନ୍ଦୁଝର ଡାକ୍ତରଖାନାରେ ପହଁଚିଥିଲେ। ଆଜି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ମୃତକର ଶବ ବ୍ୟବଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ତେବେ ସଂଜୟ ରାସ୍ତା ଉପରେ ବାନ୍ତି କରୁଥିବା ବେଳେ ଅଜଣାଗାଡି ଚଢିଯିବା ଭଳି ଅବାନ୍ତର ବୟାନ ପଙ୍କଜ ଦେଇଥିବାରୁ ଘଟଣାଟି ରହସ୍ୟଜନକ ହୋଇପଡିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories